ଭାରତ ବିକାଶ ପରିଷଦ ସତ୍ୟବାଦୀ ଶଖା ପକ୍ଷରୁ ନୂଆସୋମେଶ୍ୱରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ
ସାକ୍ଷୀଗେ।।ପଳ---- ଭାରତ ବିକାଶ ପରିଷଦ ସତ୍ୟବାଦୀ ଶାଖା ପକ୍ଷରୁ ସ୍ଥାନୀୟ ନୂଆସୋମେଶ୍ୱରପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁଆ , ବଉଳ, ଚମ୍ପା ଫୁଲଗଛ ସହିତ ପ୍ରାୟ ୨୦ ଗୋଟି ବିଭିନ୍ନ ଚାରା ରୋପଣ କରାଯାଇଥିଲା । ପରିବେଷ ସୁରକ୍ଷାରବାର୍ତ୍ତା ଓ ବୃକ୍ଷ ହିଁ ଜୀବନ, ଗଛ, ଗଛ ଗଛ ଆଉ ସବୁ ପଛର ନାରା ଦିଆଯିବା ସହ ପିଲାଙ୍କ ମଧ୍ୟରେ ପରିବେଶ ସଚେତନତା ବାର୍ତ୍ତା ସୃଷ୍ଟି କରାଯାଇଥିଲା । ଭାତର ବିକାଶ ପରିଷଦ ସତ୍ୟବାଦୀ ଶଖାର ସମ୍ପାଦକ ନବଘନ ଶତପଥି, ଉପସଭାପତି ବିଷ୍ଣୁ ମହାରଣା, କୋଷାଧ୍ୟକ୍ଷ ବିଜୟ କୁମାର ପରିଡା, ସଭ୍ୟ ତଥା ଆଇନଜୀବୀ ଶୁସାନ୍ତ କୁମାର ରଥ, ମୃତ୍ୟୁଞ୍ଜୟ ମହାପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବିଶାଖା ସାହୁ, ଶିକ୍ଷୟତ୍ରୀ ନିରୁପମା ସେଠୀ ଓ ବିଦ୍ୟାଳୟ ପରିଚାଳନାର ସଭାପତି ଶୀତାକାଂତ ମିଶ୍ର ପ୍ରମୁଖ ଚାରା ରୋପଣ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୨/୮/୨୦୨୩----୭,୧୦ Sakhigopal News, 12/8/2023


.jpg)

