ads

Breaking News

ଖଣ୍ଡପଡ଼ା ବ୍ଲକ କିଆଝର ପଞ୍ଚାୟତରେ ଆବାସ ବଣ୍ଟନରେ ପାତରଅନ୍ତର , ଲିଷ୍ଟ ରେ ନାଁ ଥାଇ ବି ଦିଆଗଲାନି ଘର, ଭିଜିଲାନ୍ସ ତଦନ୍ତ ପାଇଁ ଦାବି



ନୟାଗଡ----- ଗରିବ ବାସ ହୀନ ଲୋକଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦେଉଥିବାର ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବାବେଳେ ପ୍ରକୃତ ହିତାଧିକାରୀ ତଥା ଗରିବ ଶ୍ରେଣୀର ଲୋକଙ୍କୁ ଏହି ଆବାସ ଯୋଜନା ମିଳୁ ନଥିବା ଜଣା ପଡ଼ିଛି। ଫଳରେ ଗରିବ ପରିବାର ଘର ଖଣ୍ଡିଏ ପାଇବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ  ଦୌଡ଼ୁଥିବା ଜଣାପଡିଛି ।  ଘର ପାଇବେ କଣ ତାଙ୍କ ଅଭିଯୋଗ କୁ ପଞ୍ଚାୟତ ହେଉ କିମ୍ବା ବ୍ଲକ କେହି ଦୃଷ୍ଟି ନିକ୍ଷେପ କରୁନାହାନ୍ତି। ପଞ୍ଚାୟତ ଅଞ୍ଚଳରେ ଭଙ୍ଗା ଚାଳଘର ଝାଟି ମାଟି କୁଡ଼ିଆରେ ରହୁଥିବା ଲୋକ ଘର ପାଉ ନଥିବା ବେଳେ ଏହି ଆବାସ ଘର ସବୁ କାହାକୁ ଦିଆଯାଇଛି ଏହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଆବାସ ଯୋଜନାରେ ତାଲିକାରେ ନାମ ଥିବାବେଳେ ଏହି ତାଲିକା ନାମକୁ ମାତ୍ର ହୋଇ ରହିଛି।ତାଲିକାରେ ନାମ ଥାଇ ମଧ୍ୟ ଏହାକୁ କାର୍ଯ୍ୟକାରୀ ନ କରି ବାଦ ଦିଆଯାଇଛି। ଏହି ଆବାସ ଦୃନୀତି ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଚେର ଲମ୍ବିଛି। ନାଁ ଯୋଡ଼ା ଯାଇ ପାରୁଛି ତ ନାଁ ପୁଣି କାଟି ଦିଆ ଯାଇ ପାରୁଛି।ଏହି ଆବାସ ଯୋଜନା ଗରିବ ଲୋକଙ୍କ ପାଇଁ ଏକ ପ୍ରହସନ ହୋଇଛି।ଘଟଣାରୁ ଜଣା ପଡ଼ିଛି ଯେ ଖଣ୍ଡପଡ଼ାବ୍ଲକ ଅନ୍ତର୍ଗତ କିଆଝର ପଞ୍ଚାୟତର ପଣସ ପଦର ଗାଁର ବିପ୍ର ନାଏକ ପିତା ପୂର୍ଣଚନ୍ଦ୍ର ନାଏକ ଏକ ଝାଟି ମାଟି ଘରେ ଅତିଦୟନୀୟ ଅବସ୍ଥାରେ ରହୁଛନ୍ତି । ତାଙ୍କ ନାମ ଆବାସ ଯୋଜନା ତାଲିକା କ୍ରମିକ ସଂଖ୍ୟା ୮୧ନମ୍ବର ରେ  ରହିଛି।କିନ୍ତୁ ଏହି ଆବାସ ଯୋଜନାରେ ସେ ଘର ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ହୋଇ ଥିବା ବେଳେ କିଆଝର ପଞ୍ଚାୟତ କର୍ତ୍ତୃପକ୍ଷ ତାଙ୍କୁ ଘର କଣ ଦେବେ ତାଙ୍କୁ କୁହାଗଲା ତୁମର ଆଉ ଘର ମିଳିବ ନାହିଁ। ସୂଚନାଯୋଗ୍ୟ ଯେ  ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ଅଧିକାରୀ ହିତାଧିକାରୀ ଙ୍କ ଠାରୁ ତିନିମାସ ପୂର୍ବେ ଡକୁମେଣ୍ଟ ନେଇଥିଲେ ଘର ଯୋଗାଇ ଦେବେ ବୋଲି। କିନ୍ତୁ ଏବେ ସେ ବୁଝିବା ବେଳକୁ ତାଙ୍କର ଆଉ ଘର ମିଳିବ ନାହିଁ।ଏଠି ପ୍ରଶ୍ନ ହେଉଛି ଯେ ଗରିବ, ହରିଜନ ପରିବାର ଭଙ୍ଗା ରୁଜା ଘରେ ରହୁଥିବା ଲୋକର୮୧ସିରିଏଲରେ ନାଁ ଥିବାରୁ ତାଙ୍କୁ ଘର ମିଳିବ ବୋଲି କହି ତାଙ୍କ ଠାରୁ ଆବଶ୍ୟକ ଡକୁମେଣ୍ଟ ନେଲେ । ତେବେ ଏଠି କଣ ଉଦେଶ୍ୟ ରହିଲା ଯେ ବିପ୍ର ଘର ପାଇବାରୁ ବଞ୍ଚିତ ହେଲେ । ତେବେ ତାଙ୍କୁ ଘର ନ ମିଳିବା ପଞ୍ଚାୟତ ରେ ଦିଆ ଯାଇଥିବା ଆବାସ ଗୃହକୁ ଭିଜିଲାନ୍ସ ତଦନ୍ତ କରିବା ପାଇଁ ବିପ୍ର ମାନ୍ୟବର ଉଚ୍ଚନ୍ୟାୟଳୟରେ ରିଟ କରିବେ ବୋଲି କହିଛନ୍ତି। ନୟାଗଡ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୧/୮/୨୦୨୩----୯,୨୫ Sakhigopal News,11/8/2023

ads

Blog Archive