ads

Breaking News

ଖଣ୍ଡପଡ଼ାର ରାସ୍ତାରେ ନର୍ଦମାପାଣି ଜମୁଛି



ନୟାଗଡ଼ ----ନୟାଗଡ ଜିଲ୍ଲାର ଖଣ୍ଡପଡ଼ା ସହର ୧୦ନମ୍ବର ୱାର୍ଡ଼ ମଧ୍ୟରେ ସାହି ପଛ ପାଖ ରାସ୍ତାରେ ନର୍ଦମାପାଣି ଜମି ରହୁଛି।ଖଣ୍ଡପଡ଼ା ତହସିଲ କାର୍ଯ୍ୟାଳୟରୁ ବ୍ଲକ କାର୍ଯ୍ୟାଳୟ,ଓଡିଶା ଆଦର୍ଶ ବିଦ୍ୟାଳୟ ଓ ବାଇପାସ ରାସ୍ତାକୁ ସଂଯୋଗ କରୁଛି ।ଏହି ରାସ୍ତା ଦେଇ ଦୈନିକ ଶହ ଶହ ଜନ ସାଧାରଣ, ଛାତ୍ରଛାତ୍ରୀ ଯାତାୟାତ କରିଥାନ୍ତି। ମାତ୍ର ରାସ୍ତାରେ, ନର୍ଦମାପାଣି ଜମା ହୋଇ ରହୁଥିବାରୁ ଉକ୍ତ ରାସ୍ତା ଦେଇ ଯାତାୟାତ କଲାବେଳେ ଲୋକମାନେ ନାକରେ ହାତ ଦେଇ ଯାତାୟାତ କରୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ମାସ ମାସ ଧରି ରାସ୍ତାରେ ପାଣି ଜମି ରହି ଦୁର୍ଘନ୍ଧ ବାହାରୁଛି।ଏଥିପ୍ରତି ଖଣ୍ଡପଡ଼ା ଏନଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଜଳ ନିଷ୍କାସନ ନିମନ୍ତେ ରାସ୍ତା ପାର୍ଶ୍ଵରେ ଡ୍ରେନେଜ ନିର୍ମାଣ କରିବାକୁ ସ୍ଥାନୀୟୱାର୍ଡ଼ ବାସୀ ଦାବିକରିଛନ୍ତି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୮/୮/୨୦୨୩----୯,୨୦ Sakhigopal News 

ads

Blog Archive

Popular Posts