ads

Breaking News

ଅଷ୍ଟମ,ନବମ ଓ ଦଶମ ଶ୍ରେଣୀକୁ ଦୁଇ ଜଣ ଶିକ୍ଷକ : ଅନ୍ଧାରରେ ଶତାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ



ଭଞ୍ଜନଗର-- ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ। ଏହାର ବ୍ୟତିକ୍ରମ ଯଦି ଘଟେ ତାହେଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କିପରି ଗଢି ହେବ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାଦାଙ୍ଗି ପଞ୍ଚାୟତ ର ଉଚ୍ଚ ବିଦ୍ୟାଳୟରେ ଅଷ୍ଟମ,ନବମ ଓ ଦଶମ ଶ୍ରେଣୀ ରହିଛି । 150ରୁ ଉର୍ଦ୍ଧ ପିଲା ପାଠ ପଢ଼ନ୍ତି। ବିଦ୍ୟାଳୟରେ ତିନଟି ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ପଠାଇବା ପାଇଁ ଦୁଇ ଜଣ ଶିକ୍ଷକ ରହିଛନ୍ତି। ସେଥିରେ ଜଣେ ଶିକ୍ଷକ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ରୂପେ କାର୍ଯ୍ୟରତ ରହିଥିବା ବେଳେ ଶିକ୍ଷାଦାନ ମଧ୍ୟ କରିଥାନ୍ତି । ସେହିଭଳି ବିଦ୍ୟାଳୟର କିରାଣୀ ପଦ ମଧ୍ୟ ଖାଲି ପଡ଼ିଥିବା ଶିକ୍ଷକ ମାନେ ସମସ୍ତ ଅଫିସ କାର୍ଯ୍ୟ ମଧ୍ୟ କରିଥାନ୍ତି ।ଏଣୁ ଏଥିରୁ ଅନୁମେୟ କରାଯିବ ଛାତ୍ରଛାତ୍ରୀଙ୍କ ପାଠପଢା କିଭଳି ଚାଲିଥିବ । ସେପଟେ ବାଦାଙ୍ଗି ଗ୍ରାମ ଗଞ୍ଜାମ,କନ୍ଧମାଳ ଓ ନୟାଗଡ ଜିଲ୍ଲାର ସୀମାନ୍ତ ଅଞ୍ଚଳ ହୋଇଥିବା ହେତୁ ଉକ୍ତ ଜିଲ୍ଲାର ଛାତ୍ରଛାତ୍ରୀ ମଧ୍ୟ ନିର୍ଭରଶୀଳ ରହିଥାନ୍ତି ।ପୂର୍ବରୁ ବିଦ୍ୟାଳୟରେ ଆଠଜଣ ଶିକ୍ଷକ କାର୍ଯ୍ୟରତ ଥିଲେ କିନ୍ତୁ ଜଣକ ପରେ ଜଣେ ଶିକ୍ଷକ ଅବସର ଗ୍ରହଣ କରି ବର୍ତ୍ତମାନ ଦୁଇ ଜଣ କାର୍ଯ୍ୟ କରୁଛନ୍ତି।  ବିଦ୍ୟାଳୟଟି ସରକାରଙ୍କ 5ଟି ସାମିଲ ହୋଇଥିବା ହେତୁ ନୂତନ କୋଠା ସହିତ ସମସ୍ତ ଅନୁସଙ୍ଗିକ ବ୍ୟବସ୍ଥା ମଧ୍ୟ ରହିଛି। ତେବେ ଉକ୍ତ ବ୍ୟବସ୍ଥାକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ନିମନ୍ତେ ଶିକ୍ଷକ ସ୍ଥାନ ଖାଲି ରହିଛି । ବିଦ୍ୟାଳୟରେ ଶିକ୍ଷକଙ୍କ ଅବସର ପରେ ନୂତନ ନିଯୁକ୍ତି ପ୍ରଦାନ କରାଯାଉ ନାହିଁ ଫଳରେ ଶହ ଶହ ପିଲାଙ୍କ ଭବିଷ୍ୟତ ଏକ ପ୍ରକାର ଅନ୍ଧାରରେ ରହିଛି । ଏହି ଖବର ପ୍ରଶାସନ ଜାଣତ ନା ଅଜାଣତରେ ତାହା ଏବେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ଖାଲି ରହିଥିବା ଶିକ୍ଷକ ପଦବୀ ପୂରଣ କରିବାକୁ ପ୍ରଶାସନ ପଦେକ୍ଷପ ଗ୍ରହଣ କରିବାକୁ  ମାନବାଧିକ ସଂଗଠନ ରାଜ୍ୟ ସଭାପତି ସତ୍ୟନାରାୟଣ ମିଶ୍ର ଦାବି କରିଛନ୍ତି। ନଚେତ ଆଗାମୀ ଦିନରେ ଏହି ଦାବି ଯଦି ଜନ ଆନ୍ଦୋଳନ ରୂପ ନେବ ତାହେଲେ ପ୍ରଶାସନ ହିଁ ଦାୟୀ ରହିବ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୮/୨୦୨୩---୯,୪୫ Sakhigopal News,8/8/2023

ads

Blog Archive

Popular Posts