ads

Breaking News

ଖଣ୍ଡପଡ଼ା ରାସ୍ତାଉପରେ ଗାଈଗୋରୁ, ଷଣ୍ଢଙ୍କ ଯୋଗୁବଢୁଛି ଦୃଘଟଣା




ନୟାଗଡ---- ଖଣ୍ଡପଡ଼ା ସହରାଞ୍ଚଳର ରାସ୍ତା ହେଉ ଅବା ଗାଁ ଗଣ୍ଡା ରାସ୍ତା ସହିତ ପୁର୍ତ୍ତ ବିଭାଗ ମୁଖ୍ୟ ରାସ୍ତାରେ  ଦିନ ବା ରାତିରେ ଗାଈ ବାଛୁରୀ ଷଣ୍ଢଆଦି ବୁଲୁଛନ୍ତି।ଫଳରେ ଯାନବାହନ ଚଳାଚଳ ରେ ସମସ୍ୟା ସୃଷ୍ଟି ହେଉଛି।  ଗାଈ ଗୋରୁଙ୍କ ଯୋଗୁ ଦୃଘଟଣା,ଅଘଟଣ ଘଟିବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି।ରାସ୍ତା ଉପରୁ ଗାଈ ଗୋରୁଙ୍କୁ ହଟାଇବା ନିମନ୍ତେ ପ୍ରଶାସନ ଦୃଷ୍ଟି ଦେଉ ନଥିବା ବେଳେ ଏହି ସମସ୍ୟା ଏବେ ଅଞ୍ଚଳ ବାସୀଙ୍କ ପାଇଁ ମୁଣ୍ଡ ବ୍ୟଥାରକାରଣ ପାଲଟିଛି। ଗୋ ପାଳକ ମାନେ ଆଉ ଘର ଗୁହାଳରେ ଗୃହ ପାଳିତ ପଶୁମାନଙ୍କୁ ବାନ୍ଧି ରଖୁ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି।ସାରା ରାତି ରାସ୍ତା ଉପରେ  ଗାଈଗୋରୁ ସୋଇ ରହୁଥିବାରୁ ଜରୁରୀ କାଳୀନ ପରିସ୍ଥିତିରେ ୧୦୯ ଓ୧୦୨ଆମ୍ବୁଲାନ୍ସ, ଅଗ୍ନିଶମ ଗାଡି, ପୋଲିସ ପ୍ରାଟୋଲିଙ୍ଗଭ୍ୟାନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ଗତ ଜୁଲାଇ ମାସର୨୮ତାରିଖରାତିରେ ଏକ ବାଲି ବୋଝେଇ ହାଇୱା ଗାଡି ଧକ୍କାରେ ଖଳିସାହି ମୁଖ୍ୟ ରାସ୍ତା ଉପରେ ଏକ ବାଛୁରୀର ମୃତ୍ୟୁ ହେବା ଫଳରେ ଦୀର୍ଘ୫ଘଣ୍ଟା ଧରି ରାସ୍ତା ରୋକ ଆନ୍ଦୋଳନ ହୋଇଥିଲା।ଉକ୍ତ ରାସ୍ତା ଦେଇ ଯାନବାହନ ଚଳାଚଳ ବନ୍ଦ ଯୋଗୁ ସମସ୍ୟା ସୃଷ୍ଟି ହୋଇଥିଲା।ତେଣୁ ସର୍ବ ସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରେ ରଖି ରାସ୍ତା ଉପରକୁ ଗୃହ ପାଳିତ ପଶୁଙ୍କୁ ଛାଡୁଥିବା ଗୋ ପାଳକ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନୟାଗଡ଼ ଜିଲ୍ଲାଏସପି ଦୃଷ୍ଟି ଦେବାକୁ ଦାବିହେଉଛି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୮/୮/୨୦୨୩----୯,୧୦ Sakhigopal News,8/8/2023

ads

Blog Archive

Popular Posts