ଭଟ୍ଟାରିକା ମନ୍ଦିରରେ ପ୍ରବେଶ କଲା ୫ଫୁଟର ବନ୍ୟାଜଳ
କଟକ---କଟକ ଜିଲ୍ଲା ବଡମ୍ବା ର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିର ର ଗର୍ଭଗୃହ ମଧ୍ଯରେ ପ୍ରବେଶ କଲା ୫ଫୁଟର ବନ୍ୟାଜଳ । ବୁଡିଲା ଭଜନ ମଣ୍ଡପ।ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଜଳ ସ୍ତର ବଢିବା ସହ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି।ବନ୍ୟାଜଳ ଗତକାଲି ରାତ୍ରି ସମୟରେ ମନ୍ଦିର ମଧ୍ୟରେ ପ୍ରବେଶ କରିଥିଲା। ମାଙ୍କ ବିଗ୍ରହକୁ ରତ୍ନଗିରି ପାହାଡରେ ଥିବା ମାଆଙ୍କର ବନ୍ଯା ଆଶୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି। ବନ୍ଯା ଆଶୟ ସ୍ଥଳିରେ ମାଆଙ୍କର ପୂଜା ନୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୫/୮/୨୦୨୩----୫,୪୫ Sakhigopal News,5/8/2023
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୫/୮/୨୦୨୩----୫,୪୫ Sakhigopal News,5/8/2023




