ads

Breaking News

ଅମୃତ ଭାରତ ଷ୍ଟେସନ ଯୋଜନା”ରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ଏଗାର ଟି ରେଲୱେ ଷ୍ଟେସନ୍ ର ପୁର୍ନବିକାଶ, ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଭିତ୍ତପ୍ରସ୍ତର ସ୍ଥାପନା





ଜଟଣୀ ---“ଅମୃତ ଭାରତ ଷ୍ଟେସନ ଯୋଜନା”ରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ବିଭିନ୍ନ ରେଳ ଷ୍ଟେସନର ପୁର୍ନବିକାଶ ଉପରେ, ଆଜି ଶ୍ରୀ ଏଚ.ଏସ୍ ବIଜ୍ୱା, ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।  ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଆରମ୍ଭ ହୋଇଥିବା ଅମୃତ ଭାରତ ଷ୍ଟେସନ୍ ଯୋଜନା, ଯାତ୍ରୀମାନଙ୍କୁ ବିଶ୍ୱ ସ୍ତରୀୟ ସୁବିଧା ତଥା ସେବା ଯୋଗାଇବା ପାଇଁ ସାରା ଦେଶରେ ରେଳ ଷ୍ଟେସନର ଭିତ୍ତିଭୂମି ଆଧୁନିକୀକରଣ ତଥା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି। ବର୍ତ୍ତମାନ ଏହି ଯୋଜନା ଅନ୍ତର୍ଗତ ଭାରତୀୟ ରେଳବାଇର 1309 ଷ୍ଟେସନ୍ ନବୀକରଣ / ଆଧୁନିକୀକରଣ ପାଇଁ ଯୋଜନା କରାଯାଇଛି ।
ଅମୃତ ଭାରତ ଯୋଜନା ଅଧୀନରେ ପୁର୍ନବିକାଶ ପାଇଁ ଖୋର୍ଦ୍ଧା ରୋଡ଼ ମଣ୍ଡଳ ର ମୋଟ 23 ରେଳ ଷ୍ଟେସନ ଚୟନ କରାଯାଇଛି | ପ୍ରଥମ ପର୍ଯ୍ୟାୟରେ 11 ଟି ରେଳ ଷ୍ଟେସନ୍ ପୁର୍ନବିକାଶ ପାଇଁ ଚୟନ କରାଯାଇଛି | ସେଗୁଡ଼ିକ ହେଉଛି ସାକ୍ଷୀଗୋପାଳ, ମଞ୍ଚେଶ୍ୱର, ଢେଙ୍କାନାଳ, ଛତ୍ରପୁର, ଅନୁଗୁଳ, ପଲାସା, ମେରାମଣ୍ଡଳୀ, ବାଲୁଗାଓଁ, ଲିଙ୍ଗରାଜ ଟେମ୍ପଲ ରୋଡ, ତାଳଚେର ରୋଡ ଏବଂ ଖୋର୍ଦ୍ଧା ରୋଡ଼ | ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ଦ୍ଵାରା 06.08.2023 ଦିନ, ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ଜରିଆରେ ଅମୃତ ଭାରତ ଯୋଜନା ଅଧୀନରେ 508 ଷ୍ଟେସନର ପୁନ ପୁର୍ନବିକାଶ ପାଇଁ ଭିତ୍ତପ୍ରସ୍ତର ସ୍ଥାପନା କରାଯିବ। ଯେଉଁଥିରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଅନ୍ତର୍ଗତ 11 ଟି ଷ୍ଟେସନ ଅନ୍ତର୍ଭୁକ୍ତ ଅଛି।|ଏହି ଷ୍ଟେସନଗୁଡିକ ଆଧୁନିକ ଭାରତର ଏକ ବଡ଼ ଚିତ୍ର ଉପସ୍ଥାପନ କରେ |ଏହି ଷ୍ଟେସନ ଗୁଡ଼ିକ ରେ, ନୂତନ ଷ୍ଟେସନ୍ ବିଲଡିଂ, ଷ୍ଟେସନ୍ ଫାସେଡ୍, ପ୍ରବେଶ ଦ୍ୱାର ପ୍ରତୀକ୍ଷାଳୟ, ପାରିପାର୍ଶ୍ଵିକ କ୍ଷେତ୍ର ଇତ୍ୟାଦିରେ ଉନ୍ନତିକରଣ ହେବ। ଲିଫ୍ଟ, ପ୍ଲାଟଫର୍ମ ଆଶ୍ରୟସ୍ଥଳ, ଆଧୁନିକ ଆସବାବପତ୍ର ସହିତ ଉନ୍ନତ ବିଶ୍ରାମଗାର, ଆଧୁନିକ ସୁବିଧା ସହିତ ପ୍ରିମିୟମ୍ ଟଏଲେଟ୍ ସୁବିଧା ଇତ୍ୟାଦି ପ୍ରଦାନ କରାଯିବ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୮/୨୦୨୩----୫,୨୦ Sakhigopal News,5/8/2023

ads

Blog Archive

Popular Posts