ଜାତ ମୁଣ୍ଡିଆ - ସୁବର୍ଣ୍ଣ ପୁର ସେତୁ ଉପରୁ ଡାଇରୀ ମିଳିଛି, ପୋଲିସ ସନ୍ଦେହ କରୁଛି ମହାନଦୀ କୁ ଡେଇଁ ପଡ଼ିଥିବା
କଟକ--- ବାଙ୍କୀ ଥାନା ଅନ୍ତର୍ଗତ ଜାତ ମୁଣ୍ଡିଆ - ସୁବର୍ଣ୍ଣ ପୁର ସେତୁ ଉପରୁ ଜଣେ ବ୍ୟକ୍ତି ମହାନଦୀ କୁ ଡେଇଁ ପଡିଥିବା ଜଣାପଡିଛି । ଖବର ପାଇ ବାଙ୍କି ପୋଲିସ ଓ ଡମପଡା ଅଗ୍ନିଶ୍ରମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଉକ୍ତ ସେତୁ ଉପରୁ ଏକ ଡାଇରୀ ମିଳିଥିଲା ଯେଉଁଥିରେ ଲେଖାଯାଇଥିଲା କି ମୁଁ ମୋ ନିଜ ଇଚ୍ଛାରେ ମୃତ ବରଣ କରୁଛି । ସେଥିପାଇଁ କେହି ଦାୟୀ ରହିବେ ନାହିଁ। ଉକ୍ତ ଡାଇରୀ କୁ ବାଙ୍କୀ ପୋଲିସ ଜବତ କରିଥିବା ଜଣାପଡିଛି । ସେତୁ ଉପରୁ ମହାନଦୀ କୁ ଡେଇଁ ଥିବା ବ୍ୟକ୍ତି ଜଣକ ତିଗିରିଆ ଥାନା ଅନ୍ତର୍ଗତ ପାଞ୍ଚ ଗାଁ ଅଂଚଳର ଜୟକୃଷ୍ଣ ଦାଶ ଙ୍କ ପୁଅ ବିରାଜ ଦାଶ (୫୫) ବୋଲି ଜଣାପଡିଛି । ଘଟଣା ସ୍ଥଳରେ ବାଙ୍କୀ ଥାନା ଆଇ ଆଇ ସି କାବୁଲି ବାରିକ , ସବ ଇନ୍ସପେକ୍ଟର ସୁଶାନ୍ତ ଷଡଙ୍ଗୀ ଓ ଅଗ୍ନିଶ୍ରମା ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ଉକ୍ତ ବ୍ୟକ୍ତିଙ୍କୁ ଖୋଜିବାରେ ଲାଗିଛନ୍ତି। କଟକରୁ ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୫/୮/୨୦୨୩-----୫,୩୦ Sakhigopal News,5/8/2023



