ଡିଏଭି ବିଦ୍ୟାଳୟରେ ଫ୍ରେଣ୍ଡସିପ ଡେ ପାଳିତ
ଭଞ୍ଜନଗର-- ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ପରିସରରେ ବିଦ୍ୟାଳୟର କନିଷ୍ଠ ବିଭାଗ ତରଫରୁ ଛୋଟ ଛୋଟ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବନ୍ଧୁତ୍ୱ ଦିବସ ପାଳନ କରାଯାଇଛି । ବନ୍ଧୁତା ସ୍ଥାପନ କରି ପରସ୍ପର ମଧ୍ୟରେ ସଦ୍ ଭାବନା ସ୍ଥାପନ କରିବା ଓ ବନ୍ଧୁତ୍ବର ଆବଶ୍ୟକତା ବିଷୟରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ସମସ୍ତଙ୍କୁ ବୁଝାଇ ଥିଲେ। ଈଈଡିପି ବିଭାଗର ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ଧରିତ୍ରୀ ବାଳା ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୮/୨୦୨୩------୯,୬୫ Sakhigopal News,5/8/2023



