ରାହୁଲ୍ ଗାନ୍ଧୀ ଦଣ୍ଡାଦେଶ କୁ ନେଇ ସୁପ୍ରିମକୋର୍ଟର କଟକଣା ପରେ. ଭଂଜନଗର କଂଗ୍ରେସ ପାଳିଲା ଖୁସିର ଉତ୍ସବ
ଭଞ୍ଜନଗର --- ସାଂସଦ ରାହୁଲ ଗାନ୍ଧୀଙ୍କ ଉପରେ ବର୍ତ୍ତମାନ କେନ୍ଦ୍ର ଶାସନରେ ଥିବା ସରକାର ଦାଉ ସାଧୁଛି । ଅଜଥା ଅଭିଯୋଗ ଆଣି , ଗୁଜୁରାଟ କୋର୍ଟରେ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଓ ପ୍ରତିନିଧି ପଦ ରଦ୍ଦ କରାଯାଇଥିଲା । ଏବେ ସୁପ୍ରିମକୋର୍ଟର ଵିଚାର ପତି ଦଣ୍ଡାଦେଶ ଉପରେ କଟକଣା ନେଇ
ରାୟ ଦେଲେ । ଏନେଇ ଭଞ୍ଜନଗର କଂଗ୍ରେସ ତରଫରୁ ମାନ୍ୟବର ଅଦାଲତ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଭଂଜନଗର କଂଗ୍ରେସ କର୍ମୀ ଓ ନେତା ମାନେ । କଂଗ୍ରେସ ଦଳର ନେତା ମାନେ କହିବା ପ୍ରକାରେ ରାହୁଲ ଗାନ୍ଧୀ ଜଣେ ଗରିବ ମାନଙ୍କର ନେତା ଅଟନ୍ତି । ଏବଂ ସେଥି ସକାଶେ ଧର୍ମର ଜୟ ହୋଇଛି । ରାୟ ଶୁଣାଣୀ ପରେ କଂଗ୍ରେସ କର୍ମୀ ମାନେ ମିଠା ବଣ୍ଟନ କରିବା ସହ ବାଣ ପୁଟାଇ ଖୁସି ମାନଇଥିଲେ । ପିସିସି ସଭ୍ୟ ଦେବୀପ୍ରସାଦ ବିଷୋୟୀ , ପିସିସି ସମ୍ପାଦକ- ସୁକାନ୍ତ କୁମାର ଦିଗାଲ, ଗଞ୍ଜାମ ଜିଲ୍ଲା ସମ୍ପାଦକ ଯବାହାରଲାଲ ସାହୁ , ନାରାୟଣ ସେଠୀ, ବେଲଗୁଣ୍ଠା ଟାଉନ ସଭାପତି ସନ୍ତୋଷ କୁମାର ପଟନାୟକ, ଯୁବ ସଭାପତି ସନ୍ତୋଷ କୁମାର ପ୍ରଧାନ, ଛାତ୍ର ସଭାପତି ବିନାୟକ ପାଣିଗ୍ରାହୀ, ବିକ୍ରମ ବିଷୋୟୀ, ବରିଷ୍ଠ ଆଇନଜୀବୀ ସହସ୍ରାଂଶୁ ରାଉତ, ଗଲେରୀ ଯୁବନେତା ଦୀନବନ୍ଧୁ କର ଏବଂ ଭଞ୍ଜନଗର ବ୍ଲକ ପୂର୍ବତନ ସଭାପତି ଭାସ୍କର ପତି ଙ୍କ ସମେତ ସମସ୍ତ କର୍ମୀ ଉପସ୍ଥିତ ରହି ଖୁସି ମନାଇଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୮/୨୦୨୩---୧୦,୩୫ Sakhigopal News,5/8/2023
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୮/୨୦୨୩---୧୦,୩୫ Sakhigopal News,5/8/2023




