ଆଚାର୍ଯ୍ୟ ହରିହର ଦାଶ ଙ୍କ ପୁଣ୍ୟତିଥିରେ ଚାରା ରୋପଣ
ଡେଲାଙ୍ଗ ----ସବୁଜ ଡେଲାଙ୍ଗ ଟ୍ରଷ୍ଟ ର ବନ ମହୋତ୍ସବ ଅଭିଯାନ ପକ୍ଷରୁ ଆଚାର୍ଯ୍ୟ ହରିହର ଦାଶ ଙ୍କ ପୁଣ୍ୟ ତିଥିରେ ଡେଲାଙ୍ଗ ବ୍ଲକ ର ରେଞ୍ଚ ଗ୍ରାମ ପଞ୍ଚାୟତର ରେଞ୍ଚ ଗାଁ ମୁଣ୍ଡରେ ଚାରା ରୋପଣ କରାଯାଇଛି।ପ୍ରକୃତିମିତ୍ର ଆଇନଜୀବୀ ହୃଷୀକେଶ ପାଢୀଙ୍କ ସହିତ ଗ୍ରାମର ଉଦୀୟମାନ ଯୁବକ ଓ ଛାତ୍ର ମାନଙ୍କୁ ସାଙ୍ଗରେ ଧରି ଚାରା ରୋପଣ କରି ବିଶ୍ୱ ତାପାୟନ ରୁ ମୁକ୍ତି ତଥା ଉତ୍ତମ ପରିବେଶ ପାଇଁ ଜନ ସଚେତନତା ସୃଷ୍ଟି କରିଛନ୍ତି | ଅନ୍ୟମାନଙ୍କ ମଧ୍ୟରେ ବୈଦ୍ୟନାଥ ସାମନ୍ତରାୟ, ସୌମ୍ୟପ୍ରସାଦ ମହାରଣା, କାଳନ୍ଦୀ ପ୍ରଧାନ, ସୁମନ୍ତ ସ୍ୱାଇଁ, ଅଭିଜିତ ପ୍ରଧାନ, ରଶ୍ମୀ ରଞ୍ଜନ ନାୟକ, ସତିକାନ୍ତ ସ୍ୱାଇଁ, ମମତା ବାରିକ, ସରୋଜିନୀ ସ୍ୱାଇଁ, ଆଇନଜୀବୀ କେଦାରନାଥ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ |ଏହି ଅବସରରେ ବାଦାମ, ଅଁଳା, ବକୁଳ ଚାରା ରୋପଣ କରାଯାଇଥିଲା |
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୮/୨୦୨୩----୯,୫୫ Sakhigopal News,5/8/2023




