ମୋବାଇଲ୍ ଲୁଟ୍ ଘଟଣାରେ ଲୁଟେରା ତାର ସହଯୋଗୀ ଗିରଫ
ଜଟଣୀ----: ଜଟଣୀ ଥାନା ଅନ୍ତର୍ଗତ ଓଭରବ୍ରିଜ ନିକଟରେ ଅଟୋ ଡ୍ରାଇଭର ଠାରୁ ବଳପୂର୍ବକ ମୋବାଇଲ ଲୁଟ୍ କରି ତାକୁ ବିକ୍ରି କରିବା ଅଭିଯୋଗରେ ଦୁଇ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ। ଗିରଫ ଦୁଇ ଅଭିଯୁକ୍ତ ହେଲେ ବାଛରାପାଟଣାର ଛବି ପୃଷ୍ଟି ଓରଫ ଏଣ୍ଡୁଅ (୨୮) ଓ ରଥିପୁର ଓଡ଼ିଆ ସାହିର ଉମାକାନ୍ତ ପ୍ରଧାନ ଓରଫ ଜମ୍ବୁଆ (୩୦)। ସେମାନଙ୍କ ନିକଟରୁ ଗୋଟିଏ ମୋବାଇଲ ଫୋନ ଜବତ କରିଛି ପୁଲିସ।
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଅଜୟ କୁମାର ସାହୁ ଗତ ଅଗଷ୍ଟ ୮ତାରିଖ ରାତିରେ ପାସେଞ୍ଜର ଛାଡ଼ି ଘରକୁ ଫେରୁଥିଲେ। ଓଭରବ୍ରିଜ ନିକଟରେ ଗାଡ଼ି ରଖି ଅଜୟ ଦୋକାନ ପାଖରେ ଛିଡ଼ା ହୋଇଥିବା ବେଳେ ଅଭିଯୁକ୍ତ ଏଣ୍ଡୁଅ ଆସି ତାଙ୍କ ନିକଟରୁ ମୋବାଇଲ ଛଡ଼ାଇ ନେଇ ଉକ୍ତ ମୋବାଇଲଟିକୁ ଅଭିଯୁକ୍ତ ଜମ୍ବୁଆକୁ କମ ଦାମରେ ବିକ୍ରି କରିଦେଇଥିଲା। ଏ ନେଇ ଅଜୟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ଆଜି ମୁଖ୍ୟ ଅଭିଯୁକ୍ତ ଏଣ୍ଡୁଅ ସହ ତାର ସହଯୋଗୀ ଜମ୍ବୁଆକୁ ଗିରଫ କରିଛି ପୋଲିସ। ଥାନାରେ ଏକ କେସ ନଂ ୨୯୯/୨୩ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୁଲିସ। ତେବେ ଉଭୟଙ୍କ ନାମରେ ପୂର୍ବରୁ ଦୁଇଟି ଥାନାରେ ଅପରାଧିକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୮/୨୦୨୩---୯,୧୦ Sakhigopal News,15/8/2023



