ads

Breaking News

ମରଣାନ୍ତକ ଆକ୍ରମଣ ଘଟଣାରେ ଫେରାର ଅଭିଯୁକ୍ତ ଗିରଫ



ଜଟଣୀ--- ଜଟଣୀ ଥାନା ଅନ୍ତର୍ଗତ କୁଦିଆରୀ ମୌଜା ଅଞ୍ଚଳର କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ଜଣଙ୍କ ଜାଗାକୁ ଜବରଦସ୍ତି କବଜା କରିବା ସହ ଆକ୍ରମଣ ଘଟଣାରେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଗିରଫ ଅଭିଯୁକ୍ତ ଜଟଣୀ ଗଜପତି ନଗରର ଅବଦୁଲ ୱାସିମ୍ ଖାନ (୩୩)। 
ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ରମେଶ ବେହେରାଙ୍କର କେନ୍ଦ୍ରୀୟ ବିଦ୍ୟାଳୟ ସମ୍ମୁଖରେ ଏକ ଜାଗା ରହିଛି। ୨୦୧୯ ମସିହାରେ ଅବଦୁଲ ଓ ତାର ୪/୫ଜଣ ସହଯୋଗୀ ମିଶି ଉକ୍ତ ପ୍ଲଟକୁ ଜବରଦସ୍ତି କବଜା କରିବାକୁ ଉଦ୍ୟମ କରୁଥିବା ସମୟରେ ରମେଶ ଏହାକୁ ବିରୋଧ କରିଥିଲେ । ସେମାନେ ତାଙ୍କୁ ଲୁହାଛଡ଼ ଓ ଲାଠି ଦ୍ବାରା ମରଣାନ୍ତକ ଆକ୍ରମଣ କରିଥିଲେ। ପରେ ଖବର ପାଇ ରମେଶର ସହଯୋଗୀ ଘଟଣାସ୍ଥଳରେ ପହଞ୍ଚିବାରୁ ଦୁର୍ବୃତ୍ତମାନେ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଘଟଣାସ୍ଥଳକୁ ପୁର୍ନବାର ଆସିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏ  ନେଇ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। ଆଜି ଅଭିଯୁକ୍ତ ଅବଦୁଲକୁ ଗିରଫ କରିଥିଲା ପୁଲିସ। ଏ ନେଇ ଥାନାରେ କେସ ନଂ ୪୩୪/୧୯ ରେ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ପୁଲିସ। ଅବଦୁଲ ନାଁରେ ପୂର୍ବରୁ ଜଟଣୀ ଥାନାରେ ଏକ ମାମଲା ରହିଥିବା ପୁଲିସ ସୂଚନା ଦେଇଛି। ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୮/୨୦୨୩---୯,୧୦ Sakhigopal News,15/8/2023

ads

Blog Archive

Popular Posts