ads

Breaking News

ବିଭିନ୍ନ ଦାବି ନେଇ ପୂର୍ବତଟ ରେଳୱେ ଶ୍ରମିକ ୟୁନିୟନ ପକ୍ଷରୁ ରେଳମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ



ଜଟଣୀ,---- ପୂର୍ବତଟ ରେଳୱେ ଶ୍ରମିକ ୟୁନିୟନ୍ ପକ୍ଷରୁ ଖୋର୍ଦ୍ଧାରୋଡ୍ ଗ୍ରସ୍ତରେ ଆସିଥିବା 
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ୧୫ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ପୂର୍ବତଟ ରେଳବାଇର ଆର୍ଥିକ ଲାଭାଂଶର ୧ ପ୍ରତିଶତ ନୂତନ ସରକାରୀ ବାସଭବନ ନିର୍ମାଣ ଓ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚର ଅନୁମତି ପ୍ରଦାନ କରିବା ।  'ଫନି' ବାତ୍ୟା ସମୟରୁ ନଷ୍ଟ ହୋଇ ପଡ଼ିଥିବା ବାସଭବନ ସ୍ଥାନରେ ନୂତନ ଗୃହ ନିର୍ମାଣ କରିବା । ଖୋର୍ଦ୍ଧାରୋଡ୍ ଷ୍ଟେସନ୍ କୁ ଜଟଣୀ ଅଥବା ଖୋର୍ଦ୍ଧାରୋଡ୍ ଜଟଣୀ ଭାବେ ନାମକରଣ କରିବା, ଖୋର୍ଦ୍ଧାରୋଡ ଷ୍ଟେସନ୍ ରୁ ନୂଆଗାଁ ରୋଡ ପର୍ଯ୍ୟନ୍ତ ସକାଳ ସମୟରେ ଏକ ପାସେଞ୍ଜର ଗାଡ଼ି ପ୍ରଚଳନ କରିବା । ଖୋର୍ଦ୍ଧାରୋଡ୍ ରେ କାର୍ଯ୍ୟରତ ରେଳ  କର୍ମଚାରୀଙ୍କୁ ଆଇଆଇଟି, ନାଇଜର ଆଦି କେନ୍ଦ୍ରୀୟ ସଂସ୍ଥାନ ଶୈଳୀରେ
୧୮ପ୍ରତିଶତ ଘରଭଡ଼ା ଭତ୍ତା ପ୍ରଦାନ କରିବା, ନୂତନ ଜୋନଭାବେ ଘୋଷଣା କରାଯାଇଥିବା ଦକ୍ଷିଣ ତଟ ରେଳପଥ କାର୍ଯ୍ୟକାରୀ ହେବା ପୂର୍ବରୁ ରାଉରକେଲା, ବାଲେଶ୍ଵର, ଝାରସୁଗୁଡ଼ା ପର୍ଯ୍ୟନ୍ତ ସମସ୍ତ ରେଳ ଷ୍ଟେସନ୍ ଗୁଡ଼ିକୁ ପୂର୍ବତଟରେ ସାମିଲ କରାଇବା, ଖୋର୍ଦ୍ଧାମଣ୍ଡଳ ଚିକିତ୍ସାଳୟରୁ ଲୋକୋ କଲୋନିକୁ ସଂଯୋଗ କରିବା ପାଇଁ ଏକ ଫୁଟ୍ ଓଭରବ୍ରିଜର ନିର୍ମାଣ କରିବା, ରେଳବାଇ ମାର୍କେଟ କମ୍ପ୍ଲେକ୍ସକୁ  ଭାଙ୍ଗି ଏକ ନୂତନ ରେଲୱେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ କରିବା, ରେତଙ୍ଗ କଲୋନିକୁ ଏକ ପ୍ରଶସ୍ତ ରାସ୍ତା ନିର୍ମାଣ,
ଖୋର୍ଦ୍ଧାରେ ପୂର୍ବତଟ ରେଳବାଇ ତାଲିମ କେନ୍ଦ୍ର ନିର୍ମାଣ ପାଇଁ ଅତିରିକ୍ତ ସହାୟତା ରାଶି ପ୍ରଦାନ, ଫାଷ୍ଟ ଟ୍ରାକ୍ ଆଧାରରେ ପୁରୁଣା ପେନସନ ପୁନରୁଦ୍ଧାର, ଖାଲି ପଡ଼ିଥିବା ନିରାପତ୍ତା ପଦବୀ ପୂରଣ କରିବା, କୁଦିଆରୀ ନିକଟରେ ପ୍ରାୟ ୭ଏକର ଜମିରେ ଉପଲବ୍ଧ ଥିବା ପରିତ୍ୟକ୍ତ ରେଳ ପୋଖରୀକୁ 'ଅମ୍ରିତ ସରୋବର ଯୋଜନା'ରେ ଅନ୍ତର୍ଭୁକ୍ତ କରାଯାଇ ଏହାର ପୁନରୁଦ୍ଧାର କରିବା ଓପୂର୍ବତଟ ରେଳବାଇରେ ଷ୍ଟେସନ୍ ମାଷ୍ଟରଙ୍କ ରଦ୍ଧ କରାଯାଇଥିବା ଅତିରିକ୍ତ କାର୍ଯ୍ୟସମୟ ଜନିତର ବକେୟା ଅର୍ଥ ପ୍ରଦାନ କରିବା ସହ ପୁନଃପ୍ରଚଳନ କରିବା ପାଇଁ ଦାବି କରାଯାଇଛି। ଏଥିରେ ସଂଗଠନର ଖୋର୍ଦ୍ଧା ମଣ୍ଡଳ ସଂଯୋଜକ ରଞ୍ଜିତ କୁମାର ଦାସ, ଇତିଶ୍ରୀ ନିବେଦିତାଙ୍କ ସହ ବହୁ କର୍ମକର୍ତ୍ତା ଯୋଗଦେଇ ଥିଲେ।
ଜଟଣୀ ରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୮/୨୦୨୩-----୯,୩୫ Sakhigopal News,15/8/2023

ads

Blog Archive

Popular Posts