ads

Breaking News

ସତ୍ୟବାଦୀ ବ୍ଳକର ବୀରରାମଚନ୍ଦ୍ରପୁର ପଞ୍ଚାୟତରେ ଶାନ୍ତିପୂର୍ଣ୍ଣ ଭାବେ ସରପଞ୍ଚ ପାଇଁ ଉପନିର୍ବାଚନ ଶେଷ ; ୭୦% ମତଦାନ



ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚଙ୍କ ଅକାଳ ବିୟୋଗ ପରେ ଉକ୍ତ ପଞ୍ଚାୟତରେ ସରପଞ୍ଚ ପାଇଁ ଉପନିର୍ବାଚନ ଘୋଷଣା କରାଯାଇଥିଲା । ଏହି ଉପନିର୍ବାଚନରେ ଦୁଇଜଣ ମହିଳା ପ୍ରାର୍ଥୀ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହେଲେ ବିଜେଡି ସମର୍ଥିତ ପ୍ରତିମା ବେହେରା ଓଅନ୍ୟ ଜଣେ ହେଲେ ବର୍ଷାରାଣୀ ସେଠୀଙ୍କୁ ବିଜେପି ସମର୍ଥନ କରିଛି । ଆଜି ସକାଳ ୭ ଘଟିକା ଠାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯାଇଥିଲା ।  ମତଦାନ କେନ୍ଦ୍ରରେ ପାଇଁ ଭିଡ ପରିଲକ୍ଷିତ ହୋଇଥିଲା ।  ୧୫ ଗୋଟି ବୁଥରେ  ଭୋଟର ମାନେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ କରିଥିବ।। ବିଡିଓ ତଥା ନିର୍ବାଚନ ଅଧିକାରୀ ଲୋଚନ ଦାସଙ୍କ ଠାରୁ ସୁଚନା ମିଳିଛି । ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ ଓ ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ଫୋର୍ସ ସହିତ ଉପସ୍ଥିତ ରହି ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ କରିଥିଲେ । ଉକ୍ତ ପଞ୍ଚାୟତରେ ୬୨୩୪ ଜଣ ଭୋଟର ରହିଥବା ବେଳେ ୪୪୫୬ ଜଣ ତଥା ୭୦% ଆଜି ଏହି ଉପନିର୍ବାଚନରେ ମତଦାନ କରିଥିବା ଜିପିଓ ସୌଭାଗ୍ୟ ରଞ୍ଜନ କରଙ୍କ ଠାରୁ ସୁଚନା ମିଳିଛି । ସମସ୍ତ ବୁଥର ଭୋଟ ବାକ୍ସ ଗୁଡିକ ବ୍ଳକ ପରିସରରେ କରାଯାଇଥିବା ଷ୍ଟଙ୍ଗରୁମରେ ରଖାଯାଇଛି । ୧୧ ତାରିଖ ଦିନ ଭୋଟ ଗଣତି କରାଯିବ ବୋଲି ଜଣାପଡିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୮/୨୦୨୩----୭,୧୦   Sakhigopal News9/8/2023

ads

Blog Archive

Popular Posts