ହିରୋସୀମା ଓ ନାଗାସାକି ଡେ ପାଳିତ
ଭଞ୍ଜନଗର-- ଡିଏଭି ପିଟି ଏସ୍ ଆର୍ ପବ୍ଲିକ୍ ସ୍କୁଲ ଭଞ୍ଜନଗର ପରିସରରେ ହିରୋସୀମା ଓ ନାଗାସାକି ଡେ ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ବିଶ୍ବଶାନ୍ତି ଓ ପ୍ରଗତିରେ ଯୁଦ୍ଧକୁ ବାଧକତା ଦର୍ଶାଇ ହିରୋସୀମା ଓ ନାଗାସାକିର ଉଦାହରଣ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ଶ୍ରୀମତୀ ମୋନାଲିସା ପଣ୍ଡା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ବିଦ୍ୟାଳୟର ହିନ୍ଦୀ ବିଭାଗ ବରିଷ୍ଠ ଶିକ୍ଷୟିତ୍ରୀ ଶ୍ରୀମତୀ ରାଜଲକ୍ଷ୍ମୀ ଡାକୁଆ , ଶିକ୍ଷୟିତ୍ରୀ ଶ୍ରୀମତୀ ମମିତା ତ୍ରିପାଠୀ,ଶିକ୍ଷକ ଶ୍ରୀ ବିଶ୍ଵନାଥ ପାଣିଗ୍ରାହୀ ନିୟୁକ୍ଳିୟର ଭୟାବହତା ବିଷୟରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ର ଛାତ୍ରଛାତ୍ରୀ ଚଞ୍ଚଳ ସାବତ , ପ୍ରତ୍ୟୁଷ ପ୍ରଧାନ, ଅଲିସା ହରପାଲ, ଶୂନ୍ୟସ୍ପନ୍ଦନା ପ୍ରଧାନ ଚତ୍ମକୃତ ଭାଷଣ ଦେଇଥିଲେ।ଅନୂଷ ଅଭିଜ୍ଞାନ ପ୍ରଧାନ ଏହି ଦିବସ ସ୍ଲୋଗାନମାନ ଦେଇ ସଚେତନର ବାର୍ତ୍ତା ପ୍ରଦାନ କରିଥିଲେ। ପରିଶେଷରେ ବିଦ୍ୟାଳୟ ର ଶିକ୍ଷକ ସତ୍ୟନାରାୟଣ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୮/୨୦୨୪---୧୦,୨୦ Sakhigopal News,10/8/2023



