ଅସହାୟ ବୁଦ୍ଧା ଙ୍କୁ ସହାୟତାରର ହାତ ବଢାଇଲେ ଗୋପବନ୍ଦୁ ଚାରୀଟେବୁଲ ଟ୍ରଷ୍ଟ
ଭଞ୍ଜନଗର---- କନ୍ଧମାଳ ସାସଂଦ ପ୍ରତିନିଧି ବିପ୍ରଚରଣ ବାରିକ ଖବର ପାଇବା ପରେ ଜଗନ୍ନାଥପ୍ରସାଦ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁଙ୍କୁ ଜଣାଇବା ପରେ ଥାନାଧିକାରୀ ଶ୍ରୀ ସାଇଁ ଅସହାୟ ବୁଦ୍ଧା ମାଆଙ୍କ ନିକଟରେ ପହଞ୍ଚିଥିଲେ । ସମସ୍ତ ସମସ୍ୟା ଉପରେ ବୁଝିଥିଲେ । ସମସ୍ୟା ସମ୍ପର୍କରେ ଗୋପବନ୍ଧୁ ଚାରୀ ଟେବୁଲ ଟ୍ରଷ୍ଟ ର ସଭ୍ୟଙ୍କୁ ଜଣାଇଥିଲେ ।ଏମିତି ଘଟଣା ଦେଖିବାକୁ ମିଳିଛି ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଖମାର ପଲ୍ଲୀ ଗ୍ରାମ ପଞ୍ଚାୟତରେ । ଏକ ଅଭାବନୀୟ ହୃଦୟ ବିଦାରକ ଦୃଶ୍ୟ !! ପଦ୍ମାବତୀ ନାୟକ ନାମକ ଜଣେ 80 ବର୍ଷୀୟ ବୃଦ୍ଧ ମାଆ ରୋଗ ଶଯ୍ୟାରେ ପଡିଗଲେ । ତାଙ୍କର ଦୁଇ ରୋଜଗାରିଆ ପୁଅ ଶିବରାମ ନାୟକ ଓ ଅଶୋକ ନାୟକ ଦୀର୍ଘ ଦିନ ଧରି ଜନ୍ମ କଲା ମାଆକୁ ଘରେ ଏକୁଟିଆ ଛାଡି ଚାଲିଗଲେ । ଯାହା ଫଳରେ ବୃଦ୍ଧ ମାଆ ଜଣଙ୍କ କିଛି ଦିନ ହେବ ଶେଜ ଉପରେ ମଳମୂତ୍ର କରିବା ସହିତ ଭୋକ ଉପବାସରେ ପଡି ରହିଛନ୍ତି । ଏହି ଖବର ପାଇବା ମାତ୍ରେ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସଦସ୍ୟ ଭାଇ ମାନେ ଉକ୍ତ ଅସହାୟ ବୃଦ୍ଧ ମାଆଙ୍କ ନିକଟରେ ପହଁଚି ତାଙ୍କୁ ସଫା ସୁତୁରା କରିବା ସହିତ ଘରକୁ ପରିଷ୍କାର କରିଥିଲେ । ସାଙ୍ଗେ ସାଙ୍ଗେ ଖାଦ୍ୟ ପାନୀୟ ବ୍ୟବସ୍ତା କରିଥିଲେ । ପିନ୍ଧିବା ପାଇଁ ନୁଆଁ ଲୁଗା ପ୍ରଦାନ କରି ତାଙ୍କ ପୁଅ ମାନଙ୍କୁ ଯଥାଶୀଘ୍ର ଆସି ମାଆର ସେବାଯତ୍ନ କରିବା ନିମନ୍ତେ ଜଣାଇଛନ୍ତି । ଆଗମି ଦିନରେ ଯଦି ପୁଅ ମାନେ ଆସି ମାଆ ର ସେବା ଯତ୍ନ ନ କରନ୍ତି ତାହାହେଲେ ଆମ୍ଭେମାନେ ଉକ୍ତ ଅସହାୟ ବୃଦ୍ଧ ମାଆଙ୍କ ପାଇଁ ଏକ ଜରାନିବାସ ର ବ୍ୟବସ୍ତା କରିବୁ । ଯାହା ଫଳରେ ବୃଦ୍ଧ ମାଆ ଜଣଙ୍କ ତାଙ୍କ ଜୀବନରେ ଶେଷ ସମୟ ପର୍ଯ୍ୟନ୍ତ ଆଶ୍ରମରେ ସୁରକ୍ଷିତ ଅବସ୍ଥାରେ ଜୀବନ ଅତିବାହିତ କରି ପାରିବେ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।ଆଜିର ଏହି ମହାନ ସେବା କାର୍ଯ୍ୟରେ ସହଯୋଗ କରିଥିବାରୁ ସାଂସଦଙ୍କ ପ୍ରତିନିଧି ବିପ୍ର ଚରଣ ବାରିକ ଓ ଥାନାଧିକାରୀ ଦିଲ୍ଲୀପ କୁମାର ସ୍ବାଇଁ ଗୋପବନ୍ଧୁ ଚାରିଟେବୁଲ ଟ୍ରଷ୍ଟର ସମସ୍ତ ସଭ୍ୟଙ୍କୁ ସ୍ଥାନୀୟ ଲୋକମାନେ ସାଧୁବାଦ ଜଣାଇଛନ୍ତି।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୮/୨୦୨୩----୮,୫୦ Sakhigopal News,3/8/2023




