ହିଲଭିୟୁ ଘାଟିରେ ଭୂସ୍ଖଳନ
କନ୍ଧମାଳ --- କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା ଲାଗିରହିଛି । ଫଳରେ ଅଞ୍ଚଳର ଅନେକ ସ୍ଥାନରେ ନଇ ,ନାଳ, ବନ୍ଧ ,ପୋଖରୀ ଆଦିରେ ଜଳସ୍ତର ବୃଦ୍ଧି ପାଇଛି । ପାହାଡ଼ ପର୍ବତରୁ ପଥର ଓ ମାଟି ଅତଡ଼ା ଖସୁଥିବା ଦେଖିବାକୁ ମିଳୁଛି । ଦୁର୍ଗମ ରାସ୍ତାଗୁଡିକରେ ଜଳ ଜମାହେବା ସହ ଅନେକ ସ୍ଥାନରେ କାଦୁଅ ହୋଇଛି । ରାୟପୁର ଠାରୁ ବ୍ରହ୍ମପୁରକୁ ସଂଯୋଗ କରୁଥିବା ୫୯ନଂ ରାଜପଥର ଦାରିଙ୍ଗବାଡି ହିଲଭିୟୁ ନିକଟ ଘାଟିରେ ଭୂସ୍ଖଳନ ଯୋଗୁଁ ପାହାଡ଼ରୁ ବଡ଼ ବଡ଼ ପଥର, ମାଟି ଅତଡ଼ା ଖସିବା ସହ ବଡ଼ ଗଛ ଖସି ପଡ଼ିଛି । ତେବେ କାହାର କିଛି କ୍ଷତି ହୋଇ ନ ଥିଲେ ମଧ୍ୟ ଏଭଳି ବର୍ଷା ଲାଗିରହିଲେ ଉକ୍ତ ଘାଟିରେ ଆହୁରି ଭୂସ୍ଖଳନ ହେବା ଆଶଙ୍କା କରାଯାଇଛି । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩/୮/୨୦୨୩----୯,୨୦ Sakhigopal News,3/8/2023



