ads

Breaking News

ବାଲିଗୁଡା ରେ 77ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ


କନ୍ଧମାଳ ---  ବାଲିଗୁଡା  ବାଲିଗୁଡା ଉପଖଣ୍ଡ ରେ 77ତମ ସ୍ୱାଧୀନତା ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଙ୍କ ସମ୍ବିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଙ୍କ ଅଧକ୍ଷତା ରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି | ବିଜୁ ପଟନାୟକ ମିନି ଷ୍ଟାଡିଅମ ରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ସମ୍ପର୍କ ରେ ବିସ୍ତୃତ ଆଲୋଚନା ହୋଇଛି |ଏଥିରେ ବାଲିଗୁଡା ଏସଡିପିଓ ୟସ ପ୍ରତାପ ଶ୍ରୀମଲ, ବାଲିଗୁଡା ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ | ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ସ୍ୱାଧୀନତା ଦିବସ ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ଉପଖଣ୍ଡ ସ୍ୱାଧୀନତା ଦିବସ ପାଳନ କମିଟି ସଦସ୍ୟଙ୍କ ସହିତ ଆଲୋଚନା କରିଥିଲେ | ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ  ଉତ୍ସବ ପାଳନ କମିଟି ବୈଠକ ରେ ବାଲିଗୁଡା ର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସାମ୍ବାଦିକ,ସରକାରୀ ଓ ଶିକ୍ଷକ, ଶିକ୍ଷୟତ୍ରୀ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ର ସଦସ୍ୟ ପ୍ରମୁଖ ଯୋଗ ଦେଇଥିଲେ | କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୩/୮/୨୦୨୩---୯,୩୫ Sakhigopal News,3/8/2023

ads

Blog Archive

Popular Posts