ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଦିବ୍ୟରଞ୍ଜନକୁ ଗ୍ରାମରେ ସ୍ବାଗତ
ସାକ୍ଷୀଗୋପାଳ --- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ଖଣ୍ଡାୟତ ସାହିର ଦିବ୍ୟରଞ୍ଜନ ବିଶ୍ବାଳ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି। ଆଜି ସେ ନିଜ ଗ୍ରାମ କୁ ଆସିବା ସମୟରେ ଶିକ୍ଷାବିତ ପ୍ରଭାତ ଚନ୍ଦ୍ର ରଥ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ଏବଂ ଗ୍ରାମବାସୀ ମାନେ ବାଜା ବଜାଇବା ସହିତ ଗ୍ରାମ ପରିକ୍ରମା କରିଥିଲେ। ଏହି ଅବସରରେ ଜାଗେଶ୍ବରି ଓ ଗତିଶ୍ବର ଙ୍କୁ ଦର୍ଶନ କରିବା ପରେ ନିଜର ଶିକ୍ଷାଲାଭ କରିଥିବା ବିଦ୍ଯାଳୟ କୁ ଯାଇଥିଲେ। ସେଠାରେ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଛାତ୍ରଛାତ୍ରୀ ମାନେ ଦିବ୍ୟରଞ୍ଜନ ଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ପାଠ ଦେଖାଏ ବାଟ ବୋଲି କହିବା ସହଯୋଗ ଠାରୁ ଆଉ ଅଧିକ ପାଠ ପଢ଼ି ଏ ଅଞ୍ଚଳର ନାମ ସୁନାମ ଆଣିବା ପାଇଁ ପିଲାମାନଙ୍କୁ କହିଥିଲେ। ଏହି ଅବସରରେ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିବା ସହ ବିଦ୍ଯାଳୟ ପରିସରରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦିବ୍ଯରଞ୍ଜନ ଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ବାଗତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଯଯାତି କେଶରୀ ରାୟ, ପ୍ରଶାନ୍ତ କୁମାର ବିଶ୍ବାଳ, କମିଶନ ଚନ୍ଦ୍ର ସିଂ ଦେଓ, ବିହାରୀ ବିଶ୍ବାଳ ପ୍ରମୁଖ ଉପସ୍ଥିତ ରହିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୮/୨୦୨୩----୯,୨୫। Sakhigopal News,7/8/2023
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୭/୮/୨୦୨୩----୯,୨୫। Sakhigopal News,7/8/2023





