ads

Breaking News

ଦାବୀ ପୁରଣ ନେଇ କଳା ବ୍ୟାଚ ପରିଧାନ କଲେ ପିଇଓ ସଂଘ


 

ବାଲିଗୁଡା-ବିଭିନ୍ନ ଦାବୀ ପୁରଣ ନେଇ ପିଇଓ ସଂଘ ପକ୍ଷରୁ ସମସ୍ତେ କଳାବ୍ୟାଚ ପରିଧାନ କରିଛନ୍ତି । ଏହି କଳାବ୍ୟାଚ ପରିଧାନ ଆସନ୍ତା ୧୭ ଯାଏ ଚାଲିବ ବୋଲି ସଂଘ ପକ୍ଷରୁ ଅନିଲ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି ।
ସେମାନଙ୍କ ଦାବୀ ମଧ୍ୟରେ ରହିଛି ଚାକିରି ର ଏଣ୍ଟ୍ରି ସମୟରେ ଥିବା ଯୁକ୍ତ ୨ ଯୋଗୀତା ଉଠାଇ ଯୁକ୍ତ ୩ ପାସ କରାଯିବା, ୨୦୧୭ ଓ ଆର ଏସ.ପି ପ୍ରକାରେ ଦରମା ହାର ଲେବେଲ୍‌ -୫ ୨୧ ହଜାର ୭ ଶହ ରୁ ଲେବେଲ -୯ ୩୫ ହଜାର ୪ ଶହ କରିବା,ନୂଆ ପଦବୀ ସୃଷ୍ଟି କରିବା ସହ ୧୦ ବର୍ଷ ରୁ ଉର୍ଦ୍ଧ୍ଵ ଚାକିରୀ କରିଥିବା ପିଇ ଓ ମାନଙ୍କୁ ଜି ପିଡିଓ ପଦନ୍ନୋତି ଦେବା, ଆଦି ଦାବୀ ଅନ୍ତର୍ଭୁକ୍ତ ରହିଛି।
ଆସନ୍ତା ୧୭ ସୁଧା ସରକାର ଦାବୀ ପୁରଣ ନ କଲେ ୧୮ ରୁ ସମୂହ ଛୁଟି ରେ ରହିବେ ବୋଲି ସଂଘ ସଭାପତି ପଦ୍ମଚରଣ ମହାନ୍ତି କହିଛନ୍ତି । ଏଣୁ ସରକାର ସେମାନଙ୍କ ଦାବୀଗୁଡ଼ିକ ସହୃଦୟତାର ସହ ବିଚାର କରିବା କୁ ସଂଘ ଦାବୀ କରିଛି । ଏନେଇ ପ୍ରତି ବ୍ଲକ ସଂଘ ପକ୍ଷରୁ ବିଡିଓଙ୍କ ଜରିଆରେ ଜିଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ ୮/୮/୨୦୨୩±---୩,୧୫ Sakhigopal News,8/8/2023

ads

Blog Archive

Popular Posts