ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ୭୭ତମ ସ୍ବାଧୀନତା ଦିବସରେ ରୁ ବି ହାଇସ୍କୁଲ ଏନ୍ ସି ସି ଆର୍ମୀ ଜୁନିଅର ଚାମ୍ପିଅନ
ଭଞ୍ଜନଗର --- ଚଳିତ ବର୍ଷ ଖୁବ୍ ଜାକଜମକରେ ଭଞ୍ଜନଗର ଉପଖଣ୍ଡ ସ୍ତରୀୟ ୭୭ତମ ସ୍ବାଧୀନତା ଦିବସ ସ୍ଥାନୀୟ ଉପେନ୍ଦ୍ର ଭଞ୍ଜ ଷ୍ଟାଡିୟମ୍ ଭଞ୍ଜନଗର ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଉତ୍ସବ ରେ ଭଞ୍ଜନଗର ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଉପଖଣ୍ଡ ସ୍ତରୀୟ ପ୍ଅୟାରେଡ଼ରେ ଆଭିବାଦନ ଗ୍ରହଣ କରିଥିଲେ । ଦେଶମାତୃକାର ସେବା ନିମିତ୍ତ ମୁଖ୍ୟ ଅତିଥି ସମସ୍ତ ଙ୍କୁ ଉଦବୋଧନ ମାଧ୍ୟମରେ ଆହ୍ବାନ ଦେଇଥିଲେ। ଉକ୍ତ ପ୍ୟାରେଡ୍ ରେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସିନିୟର୍ ଆର୍ମୀ ଓ୍ବିଙ୍ଗ , ନାଭାଲ୍ ଓ୍ବିଙ୍ଗ , ୟୁ ବି ହାଇସ୍କୁଲ ଆର୍ମୀ,ନାଭାଲ୍ , ଏୟାର୍ ଓ୍ବିଙ୍ଗ , ଉପେନ୍ଦ୍ର ଭଞ୍ଜ ସ୍କାଉଟ୍ , ସମେତ ମୋଟ ୨୧ ଟି ଦଳ ଯୋଗଦେଇ ଥିଲେ। ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ଙ୍କୁ ଅତିଥି ଗଣ ପୁରସ୍କୃତ କରିଥିଲେ। ପରିଶେଷରେ ପ୍ୟାରେଡ୍ ର ପୁରସ୍କାର ବଣ୍ଟନ କରାଯାଇଥିଲା । ଏଥିରେ କଲେଜ୍ ଆର୍ମୀ ସିନିୟର୍ ଫାଷ୍ଟ ଓ ନାଭାଲ୍ ସିନିଅର ଡିଭିଜନ ସେକେଣ୍ଡ ଭାବରେ ପୁରସ୍କାର ଜିତିଥିଲେ। ଜୁନିଅର ଚାମ୍ପିଅନ ହୋଇଥିଲେ ୟୁ. ବି. ହାଇସ୍କୁଲ ଏନ୍ ସି ସି ଆର୍ମୀ ଓ୍ବିଙ୍ଗ୍ , ଏୟାର ଟ୍ରୁପ୍ ରନର୍ ଭାବରେ ପୁରସ୍କୃତ ହୋଇଛନ୍ତି । ପ୍ୟାରେଡ୍ ପରେ ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ରେ ସମସ୍ତ କ୍ୟାଡେଟ୍ ଙ୍କୁ ଜଳପାନ ବଣ୍ଟନ କରାଯାଇଥିଲା । ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଉମାକାନ୍ତ ନାହାକ, ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷା ସୁନୀତା ଦାସ ଓ ଏନ୍ ସି ସି ଆର୍ମୀ ଅଫିସର ଶ୍ଯାମା ପ୍ରସାଦ ମିଶ୍ର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହ ବିଦ୍ୟାଳୟ ହତାରେ ବୃକ୍ଷ ରୋପଣ କରିଥିଲେ। ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୮/୨୦୨୩---୮,୪୫ Sakhigopal News,25/8/2023



