ଡିଏଭି ପିଟି ଏସ ଆର ବିଦ୍ୟାଳୟ ସ୍ଵାଧୀନତା ଦିବସରେ ପ୍ୟାରେଡ଼ ସମେତ ଅନ୍ୟାନ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କଲା
ଭଞ୍ଜନଗର--ମଙ୍ଗଳବାର ସବ କଲେକ୍ଟର ଭଞ୍ଜନଗରଙ୍କ ତରଫରୁ ସ୍ଥାନୀୟ ଜେଲ ପଡ଼ିଆରେ ସବଡିଭିଜନ ସ୍ତରୀୟ ସ୍ବାଧିନତା ଦିବସ ପାଳନ କରାଯାଇଥିଲା । ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ନିମନ୍ତ୍ରିତ ଅତିଥି ଙ୍କ ଉପସ୍ଥିତି ରେ ଏହି କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିଲା। ସବଡିଭିଜନର ବିଭିନ୍ନ ମହାବିଦ୍ୟାଳୟ ଓ ବିଦ୍ୟାଳୟ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ୟାରେଡ଼ରେ ଡିଏଭି ପିଟି ଏସ ଆର ବିଦ୍ୟାଳୟର ସ୍କାଉଟ ଓ ଗାଇଡ ଅଂଶଗ୍ରହଣ କରି ସବଡିଭିଜନ୍ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ଗୌରବ ଆଣିବାରେ ସକ୍ଷମ ହୋଇଛନ୍ତି ।ବିଦ୍ୟାଳୟର ଛାତ୍ର ଗଣେଶ ମିଶ୍ର ସ୍କାଉଟର ନେତୃତ୍ୱ ନେଇଥିଲେ। ସବଡିଭିଜନ ରେ ଆୟୋଜିତ ଅନେକ ପ୍ରତିଯୋଗୀତାରେ ଏହି ବିଦ୍ୟାଳୟର ବିଦ୍ୟାର୍ଥୀମାନେ କୃତିତ୍ୱ ର ସହ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସବ୍ କଲେକ୍ଟର ଭଞ୍ଜନଗର ଶ୍ରୀ ଜ୍ୟୋତିଶଙ୍କର ରାୟ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ମଙ୍ଗଳ କାମନା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୮/୨୦୨୩----୮,୪୫ Sakhigopal News,15/8/2023



