ତେଜସ୍ଵୀନୀ ସ୍ବେଚ୍ଛସେବୀ ସଂଗଠନ ସହଯୋଗ ରେ "ସରସ୍ଵତୀ ଶିଶୁ ଵିଦ୍ୟା ଭବନ" ପରିସରରେ ମନର ବଗିଚା କାର୍ଯ୍ୟକ୍ରମ ଅନୁଷ୍ଠିତ
ଭଞ୍ଜନଗର---ଗଞ୍ଜାମ ଜିଲ୍ଲା ବେଳଗୁଣ୍ଠା ବ୍ଲକ ର ସରସ୍ଵତୀ ଶିଶୁ ବିଦ୍ୟା ଭବନ ଠାରେ ତେଜସ୍ଵୀନି ସ୍ଵେଚ୍ଛାସବୀ ସଂଗଠନ ପକ୍ଷରୁ ମନର ବଗିଚା କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି | ଏହି ସଂଗଠନ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କର ରହିଥିବା ପ୍ରତିଭା କୁ ବିକଶିତ କରିବା ପାଇଁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା | ଏହି ସଂଗଠନ ର ମୂଖ୍ୟ ନିର୍ଦ୍ଦେଶିକା ଶ୍ରୀ ଜ୍ୟୋତି ସିଂ, ସମାଜସେବୀ ଶ୍ରୀ ଶୁଳପାଣୀ ଶତପଥି, ପ୍ରଧାନ ଶିକ୍ଷକ ଶ୍ରୀ ସୂର୍ଯୟନାରାୟଣ ପାତ୍ର ଏବଂ ଅନ୍ୟତମ ଅତିଥି ଶ୍ରୀ ଅମିତ୍ ସିଂ, ଶ୍ରୀ ସଚ୍ଚିଦାନନ୍ଦ ଶତପଥୀ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ | ମୂଖ୍ୟ ଅତିଥି ଭାବରେ ସାଇ ଆଇଟିଆଇ ର ମୁଖ୍ୟ ଅଧ୍ୟାପକ ଶ୍ରୀ ମଧୁସୂଦନ ମହାପାତ୍ର ଉପସ୍ଥିତ ରହିଥିଲେ | ପରବର୍ତ୍ତୀ ସମୟରେ " ବିପଦର ବନ୍ଧୁ ସ୍ଵେଚ୍ଛାସବୀ" ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ଶ୍ରୀ ପ୍ରଦୀପ କୁମାର ଜେନା , ଶ୍ରୀ ସୁଧୀର ଗୌଡ଼, ଶ୍ରୀ ଅରକ୍ଷିତ ପରିଛା ଉପସ୍ଥିତ ଥିଲେ | ଏହି ପ୍ରତିଯୋଗିତା ରେ ନବେ(୯୦) ରୁ ଅଧିକ ଛାତ୍ରଛାତ୍ରୀ ଯୋଗୋଦାନ କରିଥିଲେ | ହସ୍ତଚିତ୍ର ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ତୃପ୍ତିମୟୀ ସେଠି, ଦ୍ଵିତୀୟ ସ୍ଥାନ ଲିଜାରାଣୀ ନାୟକ ଓ ତୃତୀୟ ସ୍ଥାନ ସାଇପ୍ରଶାନ୍ତୀ ଦାସ ଅଧିକାର କରିଥିଲେ | ଏବଂ ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ଜନକ ନାୟକ, ଦ୍ଵିତୀୟ ସ୍ଥାନ ଆଶିଷ କୁମର ପାତ୍ର, ଓ ତୃତୀୟ ସ୍ଥାନ ଦିବ୍ୟରଞ୍ଜନ ପ୍ରଧାନ ଅଧିକାର କରିଥିଲେ | ଶେଷରେ ସ୍ବେଚ୍ଛାସେବୀ ସଂଗଠନର ପରିଚାଳିକା ଭଉଣୀ ପ୍ରଜ୍ଞା ଜ୍ୟୋତି ବିଷୋୟୀ ଓ ସୁଜ୍ଞାନି ତ୍ରିପାଠୀ ଧନ୍ୟବାଦ ଦେଇଥିଲେ |
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୮/୨୦୨୩-----୭,୩୦ Sakhigopal News,15/8/2023




