ads

Breaking News

ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜନ୍ମଜୟନ୍ତୀ ପାଳନ

 
ଭଞ୍ଜନଗର---  ଡିଏଭି ପିଟି ଏସ ଆର ପବ୍ଲିକ ସ୍କୁଲ ଭଞ୍ଜନଗର ପରିସରରେ ବିଦ୍ୟାଳୟର ଓଡ଼ିଆ ବିଭାଗ ତରଫରୁ ଓଡିଆ ସାହିତ୍ୟ ଆକାଶର ଉଦିତ ସୂର୍ଯ୍ୟ ତଥା ଓଡି଼ଆ ସାହିତ୍ୟ ସମାଜର ଜାଗ୍ରତ ପ୍ରହରୀ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜନ୍ମବାର୍ଷିକ ପାଳନ କରାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ  ଶ୍ରୀ ବାସୁଦେବ ପାଣିଗ୍ରାହୀ ପ୍ରଦୀପ ପ୍ରଜ୍ଜଳନ କରିବା ସହ  ଗଙ୍ଗାଧର ମେହେରଙ୍କ ଫଟୋଚିତ୍ରରେ  ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ ।ଏହି ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କ ଦ୍ବାରା  ପ୍ରକୃତି କବି ଗଙ୍ଗାଧର ମେହେରଙ୍କ ଚରଣକମଳରେ ସୁମନ ଅର୍ପଣ କରାଯାଇଥିଲା  । ବିଦ୍ୟାଳୟର ଶିକ୍ଷକ ଚିତ୍ତରଂଜନ ଆଚାର୍ଯ୍ୟ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।  ଏହି ବିଦ୍ୟାଳୟର ଛାତ୍ରଛାତ୍ରୀ ଗଙ୍ଗାଧର ମେହେରଙ୍କ କାଳଜୟୀ ଇତିବୃତ୍ତ ଉପରେ ବକୃତା ପ୍ରଦାନ କରିଥିଲେ । ଶିକ୍ଷକ ରମା ବଲ୍ଲଭ ପ୍ରଧାନ ଓଡ଼ିଆ ସାହିତ୍ୟରେ ଗଙ୍ଗାଧରଙ୍କ ଅବଦାନ ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ ।ଶିକ୍ଷୟିତ୍ରୀ ଅନୀତା ପ୍ରଧାନ ଧନ୍ଯବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୮/୨୦୨୩----୧୦,୪୫ Sakhigopal News,10/8/2023

ads

Blog Archive