ads

Breaking News

ମୁକ୍ତା ଯୋଜନା ରେ କାର୍ଯ୍ୟଦେଶ ବଣ୍ଟନ

 
 କନ୍ଧମାଳ ---- ବାଲିଗୁଡା ଏନଏସି ପକ୍ଷରୁ ଟାଉନହଲ ଠାରେ ଚଳିତ ଆର୍ଥିକ ବର୍ଷ ରେ ମୁକ୍ତା ଯୋଜନା ତରଫରୁ ମହିଳା ସ୍ୱୟଂ ସହାୟକ ଗୋଷ୍ଟୀ ମାନଙ୍କୁ କାର୍ଯ୍ୟଦେଶ ବଣ୍ଟନ କରାଯାଇଛି |ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଏନଏସି ଅଧ୍ୟକ୍ଷ ଗୋବିନ୍ଦ ପ୍ରଧାନ ଉପାଧ୍ୟକ୍ଷ ଶାନ୍ତି କୁମାରୀ ନାୟକ ଏମଆଇ କେଦାରନାଥ ଚୌଧୁରୀ  ଯୋଗ ଦେଇଥିଲେ | ମୁକ୍ତା କୋଡିନେଟର ପ୍ରଭାତ କୁମାର ଘଡେଇ କାର୍ଯ୍ୟକ୍ରମ ପରିଚାଳନା କରି ମୁକ୍ତା ଯୋଜନା ସମ୍ପର୍କ ରେ ବିଷଦ ଭାବରେ ବୁଝାଇ ଥିଲେ | ଏଥିରେ ତେର ଗୋଟି ୱାର୍ଡ ରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଟୀ ଉପସ୍ଥିତ ରହି ମୁକ୍ତା କାର୍ଯ୍ୟଦେଶ ଅତିଥି ଙ୍କ ଠାରୁ ଗ୍ରହଣ କରିଥିଲେ |ଏହି କାର୍ଯ୍ୟକ୍ରମ ରେ କାଉନସିଲର ହରପ୍ରିୟା ତ୍ରିପାଠୀ, ରଶ୍ମିତା ପାଢ଼ୀ , ରୀନା କୁମାରୀ ପଣ୍ଡା,ନାରାୟଣ ଡ଼ାକୁଆ, ଶଶୀକୁମାର ଦିଗାଳ, ବିଭୂତି ଲହରିଆ, ରାଜେଶ୍ୱର ମଳିକ ,ଆଲୋକ ନାୟକ, ଗୀତା ମଳିକ, ମିନତୀ ନାୟକ,ପଦ୍ମାଳୟା ନାୟକ, ସିଟିମିଶନ ମ୍ଯାନେଜର  ଶୁଧାଂଶୁ ମୋହନ ହୋତା, ଏମଆଇଏସ କମ୍ବୁପାଣି ପାଣିଗ୍ରାହୀ, ମୁକ୍ତା ଯନ୍ତ୍ରୀ ଜଗଦୀଶ ବାରିକ ସମେତ ଏନଏସି କର୍ମଚାରୀ, ଏସଏଜି ସଂଘ ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ | କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୦/୮/୨୦୨୩----୧୦,୪୫ Sakhigopal News,10/8/2023

ads

Blog Archive