ads

Breaking News

ସଂକଟ ରେ ଘୁମୁସର ବନଖଣ୍ଡ ର ବନ୍ୟପ୍ରାଣୀ , ହାତୀ ମୃତ୍ୟୁ ପରେ ଏବେ ବାଘ ଙ୍କ ପାଳି



ଭଞ୍ଜନଗର - ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରେ ଗତ କିଛି ମାସ ମଧ୍ୟରେ ୭ ଟି ହାତୀ ଙ୍କ ମୃତ୍ୟୁ ଘଟଣା ମନରୁ ଯାଇନି ।  ଏବେ ପୁଣି ଗୋଟିଏ କଲରାପତରିଆ ବାଘ ର ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି।  ଏହାକୁ ନେଇ ପୁଣି ଚର୍ଚ୍ଚାରେ ଉତ୍ତର ଘୁମୁସର ବନଖଣ୍ଡ ର  ବନ୍ୟପ୍ରାଣୀ ସୁରକ୍ଷା ବ୍ୟବସ୍ଥା । ପୁଣି ଥରେ କ୍ଷୋଭ ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ପ୍ରେମୀ ଏବଂ ବୁଦ୍ଧିଜୀବୀ । ଗତ ବିଳମ୍ବିତ ରାତିରେ ଉତ୍ତର ଘୁମୁସର ବନଖଣ୍ଡ ର ମୁଜାଗଡ ବନାଞ୍ଚଳ ଅନ୍ତର୍ଗତ ଭଞ୍ଜନଗର – ଫୁଲବାଣୀ ରାସ୍ତାର ମୁଜାଗଡ ନିକଟରେ ଗାଡ଼ି ଦୁର୍ଘଟଣାରେ ଆହତ ହୋଇଥିଲା ଏକ କଲରାପତରିଆ ବାଘ ।  ବାଘଟି ଛଟପଟ ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲା । ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ଆହତ ବାଘକୁ ଉଧାର କରିଥିବା ବେଳେ ସେତେବେଳକୁ ବାଘ ଟି ର ମୃତ୍ୟୁ ହୋଇଥିଲା । ବୁଧବାର ଅପରାହ୍ନରେ ପଶୁ ଚିକିତ୍ସକ ଙ୍କ ସହାୟତା ରେ ମୃତ ମାଈ ବାଘ ର ବ୍ୟବଚ୍ଛେଦ କରାଯାଇଥିଲା । ବନବିଭାଗ ନିୟମ ଅନୁଯାୟୀ ମୃତ୍ୟୁ ବରଣ କରିଥିବା ବାଘଟିକୁ ପୋଡ଼ା ଯାଇଥିଲା । ଏନେଇ ବନବିଭାଗ ପକ୍ଷରୁ ଅନୁସନ୍ଧାନ ଜାରୀ ରହିଥିବା  ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା କହିଛନ୍ତି । ତେବେ ଘୁମୁସର ବନଖଣ୍ଡର ବିଭିନ୍ନ ଜଙ୍ଗଲ ରେ କଲରାପତରିଆ ବାଘ ଙ୍କ ଉପସ୍ଥିତି ରହିଥିବା ବେସରକାରୀ  ସୂତ୍ରରୁ ସ୍ପଷ୍ଟ ହୋଇଛି ।  କିନ୍ତୁ ସରକାରୀ ହିସାବରେ ଏମାନଙ୍କ ସଂଖ୍ୟା କେତେ , ବାଘ ଗଣନା ରିପୋର୍ଟ  କଣ ରହିଛି ଏବଂ  ଏମାନଙ୍କ ସୁରକ୍ଷା ନେଇ  ,କଣ ବ୍ୟବସ୍ଥା ହୋଇଛି , ତାହାର ହିସାବ ବିଭାଗୀୟ ଅଧିକାରୀ ଙ୍କ ପାଖରେ ନାହିଁ । ଏ ସଂକ୍ରାନ୍ତରେ ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେବାବେଳେ ନିଜ ଅସହାୟତା ପ୍ରକାଶ କରିଥିଲେ ବିଭାଗୀୟ ଅଧିକାରୀ । ସୂଚନା ଥାଉକି ଗତ ପ୍ରାୟ ବର୍ଷକ ଭିତରେ ଉତ୍ତର ଘୁମୁସର ବନଖଣ୍ଡ ରେ ୭ ଟି ହାତୀ ଙ୍କ ଲଗାତାର  ଭାବେ ବିଭିନ୍ନ କାରଣରୁ ମୃତ୍ୟୁ ହୋଇଛି । ଯାହା ଓଡ଼ିଶା ଇତିହାସରେ ଚର୍ଚ୍ଚିତ ଘଟଣା । କେତେ ବେଳେ ଶିକାରୀ ଙ୍କ ଗୁଳିରେ ଚ ଆଉ କେତେବେଳେ ବିଦ୍ୟୁତ ତାର ଲାଗି  ହାତୀଙ୍କ ର ମୃତ୍ୟୁ ହୋଇଛି । ପୁଣି କେତେବେଳେ ଅସ୍ବଭାବିକ କାରଣରୁ ମୃତ୍ୟୁ ହୋଇଥିବା ବେଳେ ଦୀର୍ଘଦିନ ପରେ ହାତୀର ଗଳିତ ମୃତଦେହ କୁ ଉଧାର କରିଥିଲା ବିଭାଗ । ଏପରିକି ଘୁମୁସର ବନଖଣ୍ଡ ରୁ ହାତୀ ବଂଶ ଲୋପ ପାଇଯିବା ର ଆଶଙ୍କା କରିଥିଲେ ସ୍ଥାନୀୟ ଅଞ୍ଚଳବାସୀ । ଏବେ ପୁଣି ଏକ କଲରାପତରିଆ ବାଘ ର ମୃତ୍ୟୁ ପରେ ବନ୍ୟପ୍ରାଣୀ ତଥା ଘୁମୁସର ବନଖଣ୍ଡ ର ହାତୀ ଏବଂ ବାଘ ଙ୍କ ସୁରକ୍ଷା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବନ୍ୟପ୍ରାଣୀ ପ୍ରେମୀ ଏବଂ ବୁଦ୍ଧିଜୀବୀ ମାନେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୦/୮/୨୦୨୩----୧୦,୪୫ Sakhigopal News,10/8/2023

ads

Blog Archive