ଅବକାରୀ ବିଭାଗର ଚଢ଼ାଉ , ୩୭ କିଲୋ ଗଞ୍ଜେଇ ସହ କାର ଜବତ :୨ ଗିରଫ
ଭଞ୍ଜନଗର ---- ଗଞ୍ଜେଇ ଚାଲାଣ ବେଳେ ଭଞ୍ଜନଗର ଅବକାରୀ ଥାନା ପୋଲିସ ର ଚଢ଼ାଉ କରି କାର ସହ ୩୭ କିଲୋ ଗଞ୍ଜେଇ ଜବତ କରିବାରେ ସଫଳ ହୋଇଛି । ଘଟଣା ସ୍ଥଳରୁ ୨ ଆସାମୀକୁ ଗିରଫ କରିଛି ଭଞ୍ଜନଗର ଅବକାରୀ ବିଭାଗ । ଥାନାଧିକାରୀ ଅଶୁଂମାନ ଜେନା , ଏସଆଇ ଅଲ୍ଲିଭା ମାଝି କୈଣସି ସୁତ୍ରରୁ ଖବର ପାଇ ଶ୍ରୀରାମନଗର ସାହି ନିକଟ ରେ ଛକି ରହିଥିଲେ । କନ୍ଧମାଳ ଜିଲ୍ଲାରୁ ଆସୁଥିବା କାର କୁ ଯାଞ୍ଚ ବେଳେ ଗଞ୍ଜେଇ ସହ ସଂପୃକ୍ତ ଚାଲାଣକାରୀ ମାନେ ଧରାପଡିଥିଲେ । ଏନେଇ ଭଞ୍ଜନଗର ଅବକାରୀ ଥାନା କେସଂନଂ୫୪/୨୩ ରେ ଏକ ମାମଲା ରୁଜୁ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସୋରଡ଼ା ଅଞ୍ଚଳର ଜିତେନ୍ଦ୍ର କୁମାର ଦାସ ଏବଂ ବୁଲୁପ୍ରସାଦ ପାଣିଗ୍ରାହୀ। ଗିରଫ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଚଢାଉରେ ଏଏସଆଇ ନିରଞ୍ଜନ ବେହେରା, ସିପାହୀ ସନାତନ ନାହାକ,ସୁବଳ ପ୍ରଧାନ,ସ୍ବାଧୀନ ସାହୁ ଓ ଜଗନ୍ନାଥ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୮/୨୦୨୩---୫,୨୦ Sakhigopal News,5/8/2023



