ads

Breaking News

ଛାତ୍ର ସଂସଦ ଶପଥ ଗ୍ରହଣ ସମାରୋହ



ଭଞ୍ଜନଗର---  ଡି ଏ ଭି ପିଟି ଏସ ଆର  ପବ୍ଲିକ ସ୍କୁଲ ଭଞ୍ଜନଗର ପରିସର ମଧ୍ୟରେ ଛାତ୍ର ସଂସଦ ଦାୟିତ୍ଵ ଗ୍ରହଣ ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ଆର୍ମି ଲେଫ୍ଟନାଟ  ଡକ୍ଟର ରବିନ୍ଦ୍ର କୁମାର ମିଶ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଶ୍ରୀମତୀ ଜି.ସ୍ନିଗ୍ଧାରାଣୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟରେ ଥିବା ପୁରାତନ ଛାତ୍ର ସଂସଦର ସଭ୍ୟମାନେ ମୁଖ୍ୟ ଅତିଥିଙ୍କ ସମ୍ମୁଖରେ ନବ ନିର୍ବାଚିତ ଛାତ୍ର ସଂସଦର ସଭ୍ୟମାନଙ୍କୁ ସେମାନଙ୍କ ଦାୟିତ୍ବ ପ୍ରଦାନ କରିଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ବାସୁଦେବ ପାଣିଗ୍ରାହୀ ସମସ୍ତଙ୍କୁ ପଦ ଗୋପନିୟତାର ଶପଥ ପାଠ କରାଇଥିଲେ। ଶ୍ରୀ ଗୁରୁପ୍ରୀତ  ବିଷୋୟୀ (ବିଦ୍ୟାଳୟ ଛାତ୍ର ସଂସଦର ସଭାପତି), ସୁଶ୍ରୀ ଶୂନ୍ୟସ୍ପନ୍ଦନା ପ୍ରଧାନ (ବିଦ୍ୟାଳୟ ଛାତ୍ର ସଂସଦର ଉପ ସଭାପତି,) ସୁଶ୍ରୀ ସୃଷ୍ଟିଶ୍ରୀୟା ଦାଶ (କଲ୍ଚୁରାଲ ସଭାପତି) ଶ୍ରୀ ପ୍ରେମାନନ୍ଦ ପରିଡ଼ା (ଖେଳବିଭାଗ ସଭାପତି ) ଏ.ଶୋହମ ପାତ୍ର( ଆପାଲା ହାଉସ ସଭାପତି ) ଆୟୁଷ କୁମାର ପଣ୍ଡା ( ଆପାଲା ହାଉସ ଉପ ସଭାପତି)ଏସ୍ଅମ୍ବିକା (ଗାର୍ଗୀ ହାଉସ ସଭାପତି ) ଶ୍ରୀ ଅନ୍ବେଷ ଅଭିଜ୍ଞାନ ପ୍ରଧାନ (ଗାର୍ଗୀ ହାଉସ ଉପସଭାପତି) ଶ୍ରୀ ବିଶାଳ ଆରିୟନ (ସିକାତା ହାଉସ ସଭାପତି ) ଶ୍ରୀ ଅଂଶୁମାନ ମାହର( ସିକାତା ଉପ ସଭାପତି) ପି ଆରୂଷି ସୁବୁଦ୍ଧି( ମୈତ୍ରୀ ହାଉସ ସଭାପତି) ଶ୍ରୀ ଶ୍ରେୟାସ ପ୍ରଧାନ (ମୈତ୍ରୀ ହାଉସ ଉପ ସଭାପତି )ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ।  ଶିକ୍ଷକ ଶ୍ରୀ ଚିରଞ୍ଜନ ଆଚାର୍ଯ୍ୟ (ଆପାଲା ହାଉସ ମୁଖ୍ୟ)ଶିକ୍ଷକ ଶ୍ରୀ ମନୋରଞ୍ଜନ ମିଶ୍ର( ଗାର୍ଗୀ ର ମୁଖ୍ୟ) , ଶିକ୍ଷକ ଶ୍ରୀ ବରୁଣ ବେହେରା (ମୈତ୍ରୀ ହାଉସ ମୁଖ୍ୟ ), ଶ୍ରୀ ପ୍ରବୀଣ ପାତ୍ର (ସିକାତା ହାଉସର ମୁଖ୍ୟ ରୂପେ )କାର୍ଯ୍ୟଭାର ଗ୍ରହଣ କରିଥିଲେ। ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଥିଲା । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୮/୨୦୨୩----୪,୫୫ 
Sakhigopal News,5/8/2023

ads

Blog Archive

Popular Posts