ads

Breaking News

ସବୁଜ ଡେଲାଙ୍ଗ ଟ୍ରଷ୍ଟ ର ବନ ମହୋତ୍ସବ ଅଭିଯାନ


ଡେଲାଙ୍ଗ ---- ଆଚାର୍ଯ୍ୟ ହରିହର ଦାଶ ଙ୍କ ପୁଣ୍ୟ ତିଥିରେ ଡେଲାଙ୍ଗ ବ୍ଲକ ର ରେଞ୍ଚ ଗ୍ରାମ ପଂଚାୟତ ସନ୍ନିକଟ ରେଞ୍ଚ ଗାଁ ମୁଣ୍ଡରେ ପ୍ରକୃତିମିତ୍ର ଆଇନଜୀବୀ ହୃଷୀକେଶ ପାଢ଼ୀ ରେଞ୍ଚ ଗ୍ରାମର ଉଦୀୟମାନ ଯୁବକ ଓ ଛାତ୍ର ମାନଙ୍କୁ ସାଙ୍ଗରେ ଧରି  ଚାରା ରୋପଣ କରିଛନ୍ତି । ବିଶ୍ୱ ତାପାୟନ ରୁ ମୁକ୍ତି ତଥା ଉତ୍ତମ ପରିବେଶ ପାଇଁ ଜନ ସଚେତନତା ସୃଷ୍ଟି କରିଛନ୍ତି |ଅନ୍ୟମାନଙ୍କ ମଧ୍ୟରେ ବୈଦ୍ୟନାଥ ସାମନ୍ତରାୟ, ସୌମ୍ୟପ୍ରସାଦ ମହାରଣା, କାଳନ୍ଦୀ ପ୍ରଧାନ, ସୁମନ୍ତ ସ୍ୱାଇଁ, ଅଭିଜିତ ପ୍ରଧାନ, ରଶ୍ମୀ ରଞ୍ଜନ ନାୟକ, ସତିକାନ୍ତ ସ୍ୱାଇଁ, ମମତା ବାରିକ, ସରୋଜିନୀ ସ୍ୱାଇଁ, ଆଇନଜୀବୀ କେଦାରନାଥ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ |ଏହି ଅବସରରେ ବାଦାମ, ଅଁଳା, ବକୁଳ ଚାରା ରୋପଣ କରାଯାଇଥିଲା |ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୮/୨୦୨୩---୯,୫୫ Sakhigopal News,5/8/2023

ads

Blog Archive

Popular Posts