ପାଞ୍ଚଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷ ରୋପଣ
ଜଟଣୀ ବ୍ଲକ ଅନ୍ତର୍ଗତ ପାଞ୍ଚଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ବୃକ୍ଷ ରୋପଣ ସହିତ ବନ ମହୋତ୍ସବ ପାଳିତ ହୋଇଯାଇଛି ।ହାଇଟେକ ଛକ ସ୍ଥିତ ସାଇ ସେବା ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାମୁକୋଳି ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ରାଉଳ ଯୋଗ ଦେଇଥିଲେ | ବନ ମହୋତ୍ସବ ପାଳନର ପ୍ରକୃତ ଉଦ୍ଦେଶ୍ୟକୁ କାର୍ଯ୍ୟକାରୀ କରିବାକୁ ହେଲେ ଛାତ୍ର ଛାତ୍ରୀ ମାନେ ଗୋଟିଏ ଲେଖାଏଁ ଗଛ ଲଗାଇ ତାର ଯତ୍ନ ନେବା ନିହାତି ଆବଶ୍ୟକ ବୋଲି ଶ୍ରୀମତୀ ରାଉଳ ଉପଦେଶ ଦେଇଥିଲେ | ବୃକ୍ଷ ରୋପଣ ଦ୍ୱାରା କିଭଳି ପୃଥିବୀରେ ବଢୁଥିବା ତାପମାତ୍ରା କୁ ନିୟନ୍ତ୍ରଣକୁ ଅଣା ଯାଇପାରିବ ସେ ଉପରେ ଆଲୋକପାତ କରିଥିଲେ |
ଏହି କାର୍ଯ୍ୟକ୍ରମରେ ମୋ ସ୍କୁଲ ସଭାପତି ଅକ୍ଷୟ ସାମନ୍ତରାୟ, ଚିନ୍ମୟ ପାତ୍ର, ବରିଷ୍ଠ ଶିକ୍ଷକ ଅକ୍ଷୟ ନାଥ, ସୁଶାନ୍ତ ଭୋଳ, ଶ୍ରୀଧର ସେଠୀ ଏବଂ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ | ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୮/୨୦୨୩----୯,୪୫ Sakhigopal News,5/8/2023



