କୁପାଟୀ ଗାଁ ରେ ଅଘଟଣ. ମିଟର ରିଡିଂ କର୍ମଚାରୀ ଙ୍କୁ ନୃଶଂସ ହତ୍ୟା
ଭଞ୍ଜନଗର - ମିଟର ରିଡିଂ ନେବାକୁ ଯାଇଥିବା ଯୁବକ କୁ ଗାଁ ଦାଣ୍ଡରେ ଅତି ନୃଶଂସ ଭାବେ ହାଣି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଗଂଜାମ ଜିଲ୍ଲା ଗାଲେରୀ ଫାଣ୍ଡି ଅନ୍ତର୍ଗତ କୁପାଟୀ ଗାଁ ରେ ଘଟିଛି ଏଭଳି ଘଟଣା । ଅଭିଯୁକ୍ତ କୁ ପୋଲିସ ଅଟକ ରଖିଥିବା ବେଳେ , ଘଟଣା ସ୍ଥଳରେ ପହଞ୍ଚିଛି ପୋଲିସ । ଅତି ନୃଶଂସ ଭାବେ ଖଣ୍ଡା ରେ ହାଣି ହତ୍ୟା କରିଛି ଅଭିଯୁକ୍ତ । ମୃତ ମିଟର ରିଡିଂ କର୍ମଚାରୀ ଜଣକ ହେଲେ ନିକଟସ୍ଥ ଗାଲେରୀ ଗାଁ ର ଲକ୍ଷ୍ମୀନାରାୟଣ ତ୍ରିପାଠୀ । ସୋମବାର ସକାଳେ ମିଟର ରିଡିଂ ନେବାକୁ କୁପାଟୀ ଗାଁ କୁ ଯାଇଥିଲେ ଲକ୍ଷ୍ମୀନାରାୟଣ । ଗାଁ ମୁଣ୍ଡରେ ନିଜ ବାଇକ୍ ରଖି ଘର ଘର ବୁଲି ମିଟର ରିଡିଂ ନେଉଥିଲେ । ଏହି ସମୟରେ ଗାଁ ର ଗୋବିନ୍ଦ ସେଠୀ ଙ୍କ ଘରକୁ ମଧ୍ୟ ଯାଇଥିଲେ ମିଟର ରିଡିଂ ନେଉଥିଲେ। ସେଠାରେ ଉଭୟଙ୍କ ମଧ୍ୟରେ କୌଣସି କାରଣକୁ ନେଇ ପାଟିତୁଣ୍ଡ ହୋଇଥିଲା । ପରେ ଗୋବିନ୍ଦ ସେଠୀ ଉତକ୍ଷିପ୍ତ ହୋଇ ଏକ ଖଣ୍ଡା ରେ ଲକ୍ଷ୍ମୀନାରାୟଣ ଙ୍କ ବେକ ଓ ହାତ କୁ ହାଣି ଦେଇଥିଲା । ଘଟଣା ସ୍ଥଳରେ ହିଁ ଲକ୍ଷ୍ମୀନାରାୟଣ ଙ୍କ ମୃତ୍ୟୁ ହୋଇଥିଲା ।
। ଘଟଣା ପରେ ଅଭିଯୁକ୍ତ ଗୋବିନ୍ଦ ଘର ଭିତରେ ଲୁଚିଥିବା ବେଳେ ଖବର ପାଇ କିଛି ଲୋକ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଗୋବିନ୍ଦ କୁ ଧରିବା ପାଇଁ ଯାଇଥିବା ବେଳେ ଆଉ ଦୁଇଜଣ ଙ୍କୁ ମଧ୍ୟ ଖଣ୍ଡାରେ ଆକ୍ରମଣ କରିଥିଲା ଅଭିଯୁକ୍ତ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ କୁ ଧରିବା ସହ ଭଂଜନଗର ମେଡିକାଲ ରେ ଭର୍ତି କରିଛି । ଖବର ପାଇ , କୁପାଟୀ ଗାଁ ଶତାଧିକ ମିଟର ରିଡିଂ କର୍ମଚାରୀ ପହଞ୍ଚି , ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ପରିବାର ର ଜଣକୁ ଚାକିରି ଦେବାପାଇଁ ଦାବି କରିଛନ୍ତି । ଅନ୍ୟପକ୍ଷରେ ମୃତ ଲକ୍ଷ୍ମୀନାରାୟଣ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ , ପରିବାର ଲୋକେ ଏବେ ଅସହାୟ ହୋଇପଡ଼ିଛନ୍ତି । ଘଟଣା ସ୍ଥଳରେ ତାରାସିଙ୍ଗି ଥାନା , ବେଲଗୁଣ୍ଠା ଥାନା , ଗାଲେରୀ ଫାଣ୍ଡି ଏବଂ ଭଂଜନଗର ଏସଡିପିଓ ବିଶ୍ଵାମିତ୍ର ହରିପାଲ୍ ପହଞ୍ଚି ତଦନ୍ତ ଚଳାଇଛନ୍ତି । ତେବେ କେଉଁ କାରଣରୁ , ଅଭିଯୁକ୍ତ ଜଣକ ଉତକ୍ଷିପ୍ତ ହୋଇ , ଏଭଳି ହତ୍ୟା କଲା ତାହା ଅସ୍ପଷ୍ଟ ରହିଥିବା ବେଳେ , ଘଟଣାର ସତ୍ୟତା ନେଇ ପୋଲିସ୍ ତଦନ୍ତ ଚଳାଇଛି । ଅନ୍ୟପକ୍ଷରେ ମିଟର ରିଡିଂ ନେବା ପରେ , ବିଲ୍ ରେ ଅଧିକ ଟଙ୍କା ଆସିଥିବାରୁ ଏଭଳି ଘଟଣା ଘଟିଥିବା , ଗାଁ ରେ ଆଲୋଚନା ହେଉଛି । ତେବେ ପୋଲିସ୍ ପକ୍ଷରୁ ଏ ସଂକ୍ରାନ୍ତରେ କୌଣସି ସ୍ପଷ୍ଟ କରାଯାଇନଥିବା ବେଳେ , ତଦନ୍ତ ପରେ ହିଁ ଘଟଣା ର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଏସଡିପିଓ ଶ୍ରୀ ହରିପାଲ୍ କହିଛନ୍ତି । ମିଟର ରିଡିଂ , ବିଦ୍ୟୁତ୍ ବିଲ୍ ଏବଂ ବିଦ୍ୟୁତ୍ ବ୍ୟବସ୍ଥା କୁ ନେଇ କେତେକ ସ୍ଥାନରେ ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳୁଥିବା ବେଳେ , କୁପାଟୀ ଗାଁ ରେ ଘଟିଥିବା ଏଭଳି ନାରକୀୟ କାଣ୍ଡ କୁ ସାଧାରଣରେ ନିନ୍ଦା କରାଯାଉଛି । ସେହିଭଳି ଏହି ଘଟଣା ପରେ , ମିଟର ରିଡିଂ କର୍ମଚାରୀ ମାନେ ଏବେ ନିଜକୁ ଅସୁରକ୍ଷିତ ମନେ କରିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୮/୨୦୨୩---୨,୩୦ Sakhigopal News,8/8/2023
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୮/୮/୨୦୨୩---୨,୩୦ Sakhigopal News,8/8/2023




