ପଞ୍ଚାୟତ ଉଚ୍ଚବିଦ୍ୟାଳୟ ବୋଳକଣା ବିଦ୍ଯାଳୟ ପରିସରରେ ଚାରାରୋପଣ
ଡେଲାଙ୍ଗ :ଡେଲାଙ୍ଗକୁ ସବୁଜ ସୁନ୍ଦର କରିବା, ବିଶ୍ୱ ତାପୟନ ରୁ ମୁକ୍ତି,ଅନିୟମିତ ଋତୁଚକ୍ର ରୋକିବା, ପରିବେଶ କୁ ସୁରକ୍ଷା ଆଦି ସ୍ଲୋଗାନ ଦେଇଛନ୍ତି ପ୍ରକୃତି ମିତ୍ର ଆଇନଜୀବୀ ହୃଷୀକେଶ ପାଢ଼ୀ । ଆଜି ଅଗଷ୍ଟ ଦଶ ତାରିଖ ଭାରତ ର ଚତୁର୍ଥରାଷ୍ଟ୍ରପତି ଭି. ଭି. ଗିରି ଓ ଓଡିଶୀ କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀ ଙ୍କ ପୁଣ୍ୟ ଜନ୍ମତିଥିରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ବୋଳକଣା ରେ ଚାରା ରୋପଣ କରାଯାଇ ଜନସଚେତନତା ସୃଷ୍ଟି କରାଯାଇଛି |ଉକ୍ତ ଚାରା ରୋପଣ କାର୍ଯ୍ୟକ୍ରମ ରେ ଗୁଆଳିପଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଙ୍କ ପ୍ରତିନିଧି ହରେକୃଷ୍ଣ ସ୍ୱାଇଁ,ନାଏବ ସରପଞ୍ଚ ବବିତା ପ୍ରଧାନ, ଗ୍ରାମ ରୋଜଗାର ସେବକ ରାଜେନ୍ଦ୍ର କୁମାର ବିଶ୍ୱାଳ, ସ୍ୱରାଜ୍ୟ ପ୍ରଧାନ, କୁଳମଣି ପ୍ରଧାନ, ଗୋପାଳ ଚନ୍ଦ୍ର ଛାଟୋଇ, ସବୁଜ ଡେଲାଙ୍ଗ ଆବାହକ ତଥା ପ୍ରକୃତି ମିତ୍ର ଆଇନଜୀବୀ ହୃଷୀକେଶ ପାଢ଼ୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।କୃଷ୍ଣଚୁଡା, ଜାମୁ, ବାଦାମ, ନିମ୍ବ, ଆଦି ଚାରା ବିଦ୍ଯାଳୟ ପରିସରରେ ରୋପଣ କରିଥିଲେ ।ଏହି ଅବସରରେ ପରିବେଶ ସୁରକ୍ଷା ତଥା ଗଛର ଆବଶ୍ୟକତା ସମ୍ପର୍କରେ କହିବା ସହ ଶ୍ରୀ ପାଢ଼ୀ ନିଜ ରଚିତ ଏକ କବିତା " ଗଛ ଲଗାଇବା ଜାତି କି ଜାତି ' ଆବୃତ୍ତି କରିଥିଲେ । ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୮/୨୦୨୪----୯,୪୫ Sakhigopal News,10/8/2023



