ads

Breaking News

ବୀରରାମଚନ୍ଦ୍ରପୁର ପଞ୍ଚାୟତରେ ସରପଞ୍ଚ ହେଲେ ବର୍ଷାରାଣୀ

 


ସାକ୍ଷୀଗୋପାଳ--- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ସରପଞ୍ଚଙ୍କର ଅକାଳ ବିୟୋଗ ପରେ ସାନି ଉପନିର୍ବାଚନ କରାଯାଇଥିଲା । ଏହି ନିର୍ବାଚନରେ ଦୁଇଜଣ ପ୍ରାର୍ଥୀ ସରପଞ୍ଚ ପାଇଁ ମଇଦାନକୁ ଓହ୍ଳାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ହେଲେ ବିଜେଡି ସମର୍ଥିତ  ପ୍ରତିମା ବେହେରା ଅନ୍ୟ ଜଣେ ହେଲେ ବିଜେପି ସମର୍ଥିତ ବର୍ଷାରାଣୀ ସେଠୀ । ବର୍ଷାରାଣୀ ସେଠୀ ୨୨୯୭ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଛନ୍ତି । ତାଙ୍କ ପ୍ରତିଦ୍ୱନ୍ଦୀ ପ୍ରତିମା ବେହେରା ମୋଟ ୨୦୯୬ ଖଣ୍ଡ ଭୋଟ ପାଇଛନ୍ତି । ଯାହାକି ବର୍ଷାରାଣୀ ୨୦୧ ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଥବା ଜଣାପଡିଛି । ୬୩ ଖଣ୍ଡ ଭୋଟ ନାକଚ ହୋଇଥିବା ଜଣାପଡିଛି । ବର୍ଷାରାଣୀଙ୍କ ସମର୍ଥକମାନେ ତାଙ୍କୁ ଫୁଲତୋଡା ଦେଇ ସ୍ୱାଗତ କରିଥିବାର ଦେଖାଯାଇଥିଲା । 

ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୧/୮/୨୦୨୩---୭,୧୦

Sakhigopal News, 11/8/2023

ads

Blog Archive