ads

Breaking News

ସାକ୍ଷୀଗୋପାଳ ମନ୍ଦିରର ଉନ୍ନତି କରଣ ପାଇଁ ୮୨ ଲକ୍ଷ ଟଙ୍କା ମଞ୍ଜୁର



ସାକ୍ଷୀଗୋପାଳ---- ସାକ୍ଷୀଗୋପିନାଥ ମନ୍ଦିରର ବିଭିନ୍ନ ସମସ୍ୟା ସର୍ମ୍ପକରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ତତ୍ୱବଧାନରେ ପୁରୀ ଜିଲ୍ଲାପାଳଙ୍କୁ ଏକ ପିଟିସନ ଦିଆଯାଇଥିଲା । ଏହାକୁ ପୁରୀ ଜିଲ୍ଲାପାଳ ସଠିକ ଅନୁଭବ କରି ସାକ୍ଷୀଗୋପାଳ ମନ୍ଦିର ପରିସର ଓ ମନ୍ଦିର ସଲଗ୍ନ ର ବିଭିନ୍ନ ଉନ୍ନୟନ କରିବା ପାଇଁ ୮୨ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ଜଣାପଡିଛି । ଆଜି ସତ୍ୟବାଦୀ ବ୍ଳକ ବିଡିଓ ଲୋଚନ ଦାସଙ୍କ କାର୍ଯ୍ୟାଳୟ ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ସଭାପତିତ୍ୱ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସତ୍ୟବାଦୀ ତହସିଲଦାର ଜୟନ୍ତ କୁମାର ଜୟସିଂ, ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଡିଓ ଲୋଚନ ଦାସ, ବ୍ଳକର ସହକାରୀ ନିର୍ବାହୀ ଯନ୍ତ୍ରୀ ଅମ୍ରିତ ଗଜେନ୍ଦ୍ର, ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀଙ୍କ ସହିତ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ସଭାପତି ଶ୍ରୀବତ୍ସ ମହାପାତ୍ର , ସମ୍ପାଦକ ବିଜୟ କୁମାର ନନ୍ଦଙ୍କ ସହିତ ଅନ୍ୟ ମାନେ ବୈଠକରେ ଯୋଗ ଦେଇଥିଲେ । ଦିଆଯାଇଥିବା ପ୍ରକଳ୍ପ ସମ୍ପର୍କରେ ଆଲେଚନା କରାଯିବା ପରେ ତୁରନ୍ତ ଦୁଇଟି ପ୍ରକଳ୍ପ ପରିବର୍ତ୍ତନ କରାଯାଇଛି ବୋଲି ବ୍ଳକ ଅଧ୍ୟକ୍ଷ ଶ୍ରୀ ପଣ୍ଡା କହିଛନ୍ତି । ବହୁ ଶିଘ୍ର ଏହି କାମ ପାଇଁ ଟେଣ୍ଡର କରାଯିବା ପରେ କାମ ଆରମ୍ଭ କରାଯିବ ବୋଲି ବିଡିଓ ଶ୍ରୀ ଦାସଙ୍କ ଠାରୁ ସୁଚନା ମିଳିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୮/୨୦୨୩---୯.୨୦  Sakhigopal News,10/8/2023

ads

Blog Archive