ads

Breaking News

ଅମୃତ ଭାରତ ଯୋଜନାରେ ସାମିଲ ହେଲା ସାକ୍ଷୀଗୋପାଳ ରେଳ ଷ୍ଟେସନ , ଭିତ୍ତିପ୍ରସ୍ତର ସ୍ଥାପନ ସଭାରେ ବିଜେପି ନେତା ମାନଙ୍କର ଭିଡ ସାଧାରଣ ନିର୍ବାଚନ ଆଗରୁ ବିଜେପିର ଭେଳିକି ସାଧାରଣ ରେ ଆଲୋଚନା




ସାକ୍ଷୀଗୋପାଳ -----    ଅମୃତ ଭାରତ ଷ୍ଟେସନ ଯୋଜନା ଅନ୍ତର୍ଗତ ୫୦୮ଗୋଟି ରେଳ ଷ୍ଟେସନ  ନବୀକରଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ ଭିଡିଓ କନଫରେନ୍ସଙ୍ଗି ମାଧ୍ୟମରେ ଶ୍ରୀ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ଙ୍କ କରକମଳରେ ଅନୁଷ୍ଟିତ ହୋଇଯାଇଛି। ସେଥି ମଧ୍ୟରୁ ଓଡ଼ିଶାର ୨୫ଟି ରେଳ ଷ୍ଟେସନ ଯୋଜନା ରେ ସାମିଲ ହୋଇଛି। ଖୋର୍ଦ୍ଧା ରେଳ ଡିଭିଜନର ସାକ୍ଷୀଗୋପାଳ ରେଳ ଷ୍ଟେସନ ରହିଛି। ଏହି ରେଳ ଷ୍ଟେସନ ର ନବୀକରଣ ନିମନ୍ତେ ପ୍ରାୟ ୨୫କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସଙ୍ଗି ମାଧ୍ୟମରେ କହିଥିଲେ। ଏପରିକି ଆମେ ଫିଲ୍ମ୍ ବା ଟିଭି ରେ ବିଦେଶରେ ଥିବା ମଡେଲ ରେଳ ଷ୍ଟେସନ ଦେଖିବାକୁ ମିଳିଥାଏ। ଏବେ ସେହିଭଳି ରେଳ ଷ୍ଟେସନ ଆମ ଭାରତରେ ଦେଖିବାକୁ ମିଳିବ ବୋଲି କହିଥିଲେ। ଏହି ନୂତନ ରେଳ ଷ୍ଟେସନ ରେ ବିଶ୍ରାମଗାର, ମିଟିଙ୍ଗି ହଲ,ଶିଶୁ, ମହିଳା,ଦିବ୍ଯାଙ୍ଗ, ବୃଦ୍ଧ ବୟସର ରେଳ ଯାତ୍ରୀ ମାନଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭିଡିଓ କନଫରେନ୍ସଙ୍ଗି ମାଧ୍ୟମରେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ର ଚନ୍ଦ୍ରଶେଖରପୁର ରେଳ ବିଭାଗ ର ମୁଖ୍ୟ ଚିଫଇଞ୍ଜିନିୟର ଅଶୋକ କୁମାର ପାଣ୍ଡୋ, ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ, ପୁରୀ ଜିଲ୍ଲା ବିଜେପି ସଭାପତି ଆଶିଚ ପଟ୍ଟନାୟକ,ଓମ୍ ପ୍ରକାଶ ମିଶ୍ର, ସତ୍ୟବାଦୀର ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ସଭ୍ୟା ବିଷ୍ଣୁପ୍ରିୟା ବରାଳ, ଜୟପୁର ସମିତି ସଭ୍ୟ ଦୀପକ ଶତପଥୀ ଙ୍କ ସହିତ ପେଣ୍ଠପଡା ପଞ୍ଚାୟତର ସରପଞ୍ଚ ଚିନ୍ମୟ ରାଉତ ଯୋଗଦେଇଥିଲେ।  ରେଳ ଷ୍ଟେସନ ଜରାଜୀର୍ଣ୍ଣ ହୋଇ ପଡ଼ିଛି, ଏହାକୁ ବଞ୍ଚାଇ ରଖିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନଜର ଦେଇଛନ୍ତି। ଅନ୍ୟ ପକ୍ଷରେ ଏହି ରେଳ ଷ୍ଟେସନରେ ପୁରୀ ଓ ଖୋର୍ଦ୍ଧା ରୁ ସମସ୍ତ ଏକ୍ସପ୍ରେସ ଟ୍ରେନ ଗୁଡ଼ିକ ରହୁଥିବା ବେଳେ ଏବେ କେବଳ ହାତଗଣତି କେତୋଟି ଟ୍ରେନ ରହୁଛି। ତୁରନ୍ତ ସମସ୍ତ ଏକ୍ସପ୍ରେସ ଟ୍ରେନ ଗୁଡ଼ିକ ସାକ୍ଷୀଗୋପାଳ ରେଳ ଷ୍ଟେସନ ରେ ରହିବା ପାଇଁ ରେଳ ବିଭାଗ ର ଅଧିକାରୀ ମାନଙ୍କୁ ନଜର ଦେବାକୁ ପୁରୀ ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ଛାତ୍ରୀ ଦେବସ୍ମିତା ହୋତା ସଭା ଆରମ୍ଭ ରୁ  ଦେଶାତ୍ମବୋଧକ ସଙ୍ଗୀତ ଗାନ କରିଥିଲେ। ରେଳ ବିଭାଗ ପକ୍ଷରୁ ଫୁଲତୋଡ଼ା ଓ ମାନପତ୍ର ଦେଇ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ସତ୍ୟବାଦୀ ବ୍ଳକ ର ବିଭିନ୍ନ ବିଦ୍ଯାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ରେଳ ବିଭାଗ ପକ୍ଷରୁ ବିଦ୍ଯାଳୟର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତି ଯୋଗିତା କରାଯାଇ ସଫଳତା ହାସଲ କରିଥିବା ପିଲାମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଓ ସିଲଟ ଦେଇ  ସମ୍ମାନିତ କରାଯାଇଥିଲା। କେହି ଜଣେ ଅତିଥି ରେଳ ଓଭରବ୍ରିଜ ନିର୍ମାଣ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ସଭାରେ ଅତିଥିବୃନ୍ଦ ମାନଙ୍କୁ ଦେଖିଲେ ସତେ ଯେପରି ଏହା ରେଳ ବିଭାଗ ର ଭିତ୍ତିପ୍ରସ୍ତର ସ୍ଥାପନ ସଭା ନ ଥିଲା ଏହା ଥିଲା ବିଜେପିର ନିର୍ବାଚନ ପ୍ରଚାର ଓ ପ୍ରସାର ସଭା ବୋଲି ଜଣସାଧାରଣ ରେ ଆଲୋଚନା ହେଉଥିଲା। ଏହା ବିଜେପିର ସାଧାରଣ ନିର୍ବାଚନ କୁ ଆଖି ଆଗରେ ରଖି ଭେଳିକି ବୋଲି ସଭାରେ ଉପସ୍ଥିତ ଲୋକମାନେ ଆଲୋଚନା କରିଥିଲେ। ରେଳ ବିଭାଗର କମର୍ସିଆଲ ଇନିସିପେକ୍ଟର ବିଚିତ୍ରାନନ୍ଦ ପରିଡ଼ା ଅତିଥି ପରିଚୟ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୬/୮/୨୦୨୩----୯,୩୫ Sakhigopal News,6/8/2023

ads

Blog Archive

Popular Posts