ads

Breaking News

ବିଧାୟକଙ୍କ ସମର୍ଥକ ମାନେ ପୋଖରୀ ରେ ବିଷ ପକାଇ ମାଛ ଯାଆଁଳ ମାରି ଦେଲେ ! ନ୍ୟାୟ ପାଇଁ ଗଣଧାରଣା


   ବାଙ୍କୀ:- ଏମିତି କିଛି ଘଟିଛି କଟକ ଜିଲ୍ଲା ବାଙ୍କୀ ନିବ୍ରାଚନ ମଣ୍ଡଳୀର ଢଅଶୁର ଗ୍ରାମର ସମାଜ ସେବୀ ତଥା ଛୋଟ ଚାଷୀ ଅଜୟ କୁମାର ପଣ୍ଡା । ଯିଏକି ଆଗାମୀ ଦିନରେ ବାଙ୍କୀ ର ବିଭିନ ସମସ୍ୟାକୁ ନେଇ ବାଙ୍କୀ ଠାରୁ ରାଜଧାନୀ ପଯ୍ୟନ୍ତ ସ୍ୱର ଉତ୍ତୋଳନ କରି ବାଙ୍କୀ ବାସୀଙ୍କର ଅତିପ୍ରିୟ ହୋଇଛନ୍ତି । ଦୁଇଦିନ ତଳେ ନିଜର ଗୋଟିଏ ପୋଖରୀରେ ୧୫ ହଜାର ଟଙ୍କାର ରୋହି ,ଭାକୁର ଯାଆଁଳ ଛାଡିଥିଲେ । ରାତିରେ କେହି ଦୁବୃତ ରାଜନୀତି ଅକ୍ରଶରେ ପୋଖରୀରେ ବିଷ ପକେଇ ଦେଇଥିବାରୁ ସକାଳୁ ମାଛ ଯାଆଁଳ ଗୁଡିକ ମରି ଭାସୁଥିବାର ଦେଖିବାକୁ ମିଳିଥିଲା ।  ଅଜୟ ପଣ୍ଡା ନିଜର କ୍ଷତିପୂରଣ ଓ ଦୋଷୀକୁ ଦଣ୍ଡ ଦେବାପାଇଁ ବାଙ୍କୀ ରୁ ଭୁବେନେଶ୍ୱର ଢଅସୁର ରୋଡ଼  ଜାତୀୟ ରାଜପଥ ରେ ଗଣ ଧାରଣାରେ ବସିଛନ୍ତି । ରାସ୍ତା ଅବରୋଧ ଫଳରେ ଉଭୟ ପଟେ ଶହ ଶହ ଜାନ ବାହନ ଅଟକି ରହିଥିବାର ଦେଖିବାକୁ  ମିଳିଥିଲା ।
: କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ, ୬/୮/୨୦୨୩-----୯,୨୫ Sakhigopal News,6/8/2023

ads

Blog Archive

Popular Posts