ads

Breaking News

ଜଟଣୀ ପ୍ରେସ୍ କ୍ଲବରେ ୭୭ ତମ ସ୍ୱାଧୀନତା ଦିବସ ପାଳିତ

 

ଜଟଣୀ -- ପବିତ୍ର ୭୭ ତମ ସ୍ୱାଧୀନତା ଦିବସ ସ୍ଥାନୀୟ "ପ୍ରେସ୍ କ୍ଲବ 'ଠାରେ ମହା ଆନନ୍ଦ ଉତ୍ସବରେ ପାଳିତ ହୋଇଯାଇଛି l ଏହି ପବିତ୍ର ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା ବରିଷ୍ଠ ନାଗରିକ ସେବାସଙ୍ଘର ସଭାପତି ଅବନୀ କୁମାର ରାଉତରାୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ "ଜାତୀୟ ପତାକା ' ଉତ୍ତୋଳନ କରିଥିଲେ l ପତାକା ଉତ୍ତୋଳନ ପରେ ଜାତୀୟ ସଂଗୀତ ଗାନ କରାଯାଇଥିଲା l ଉତ୍ସବର ମୁଖ୍ୟ ଅତିଥି "ପ୍ରେସ୍ କ୍ଲବ 'ର ଉନ୍ନତି ତଥା ଆଧୁନିକି କରଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ l କ୍ଲବ ସାମ୍ନାରେ ଥିବା ଏକ ପରିତ୍ୟକ୍ତ "କୂପ 'କୁ ସେଠାରୁ ଉଛେଦ ପାଇଁ ସ୍ଥାନୀୟ ପୌରପରିଷଦରେ ଏକ ଲିଖିତ ଅଭିଯୋଗ ପାଇଁ ଉପସ୍ଥିତ ସାମ୍ବାଦିକଙ୍କୁ ଭାଷଣ ମାଧ୍ୟମରେ ସୂଚନା ପ୍ରଦାନ କରିଥଲେ l ଏହା ଏକ ପରିତ୍ୟକ୍ତ କୂଅ ଯାହାକି ବହୁ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି l ଏହାର କୌଣସି ସୁରକ୍ଷା ବ୍ୟବସ୍ଥା ନାହିଁ l ନିକଟରେ ଏକ ସରକାରୀ ପ୍ରାଥମିକ ବିଦ୍ୟାଳୟ ସାଙ୍ଗକୁ ସର୍ବସାଧାରଣ ରାସ୍ତା ଅବସ୍ଥିତ l କୌଣସି ଅଘଟଣ ଘଟିବା ଆଗରୁ ପୌରପରିଷଦ ଦୃଷ୍ଟି ଦେବାକୁ ଆଜିର ଦିନରେ ଚେତାବନୀ ଦିଆଯାଇଛି । କ୍ଲବର ଉପଦେଷ୍ଟା ହେମନ୍ତ କୁମାର ସୁନ୍ଦରାୟ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ପ୍ରାଣବଳୀ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ଜୀବନୀ ଉପରେ ଆଲୋକପାତ କରିଥଲେ l ଏହି ଉତ୍ସବ ରେ ମାନବ ଅଧିକାର ସଂଘର ସଦଶ୍ୟ ବାସୁ ସେଠୀ ଏବଂ ବରିଷ୍ଠ ସମାଜ ସେବୀ ହବିବୁର ରେହମାନ ଉପସ୍ଥିତ ରହି ସାମ୍ବାଦିକଙ୍କୁ ଉତ୍ସlହିତ କରାଇଥିଲେ l କ୍ଲବର ସଭାପତି ମହମ୍ମଦ ଇସ୍ମାଇଲ ଅଲ୍ଲୀ, ସମ୍ପାଦକ ହୃଦାନନ୍ଦ କୋଦାମ ସିଂହ, ସାମ୍ବାଦିକ ଯଯାତି କେଶରୀ ପ୍ରଧାନ, ଅମରେଶ ରାଉତରାୟ, ରବୀନ୍ଦ୍ର ମହାକୁଡ, ହରିହର ସ୍ୱାଇଁ, ରଙ୍ଗନାଥ ବେହେରା,ସଂଜୀବ ସେଠ, ନିରଞ୍ଜନ ବେହେରା,ଧିରେନ ପ୍ରତିହାରୀ ପ୍ରମ୍ମୁଖ ଉପସ୍ଥିତ ରହି ସୁଚାରୁରୂପେ ପରିଚାଳନା କରିଥିଲେ l ଶେଷରେ ଛୋଟ ଛୋଟ ଶିଶୁ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା l
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୫/୮/୨୦୨୩---୯,୨୫ Sakhigopal News,15/8/2023

ads

Blog Archive

Popular Posts