ads

Breaking News

ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ବୃକ୍ଷରୋପଣ



 କନ୍ଧମାଳ ---- ସ୍ଥାନୀୟ ପାଟ୍ଟଖଣ୍ଡା ପବ୍ଲିକ ସ୍କୁଲରେ ବୃକ୍ଷରୋପଣ ମହାସମାରୋହରେ ହୋଇଯାଇଛି l ଉକ୍ତ ସମାରୋହରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହ୍ଲାଦ ଖୋସଲା ଓ ସହକାରୀ ଶିକ୍ଷକ ଶ୍ରୀ ତୀର୍ଥବାସୀ ଘଡ଼ାଇ ଯୋଗଦେଇଥିଲେ । ଅତିଥି ମାନେ ଶିଶୁଙ୍କୁ ବୃକ୍ଷରୋପଣର ଉଦ୍ଦେଶ୍ୟରେ ବକ୍ତବ୍ୟ ଦେଇ ଶିଶୁଙ୍କୁ ଉତ୍ସIହିତ କରିଥିଲେ l ବିଦ୍ୟାଳୟର ଅଧକ୍ଷ ଶ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟଅତିଥିଙ୍କ କରକମଳ ଦ୍ୱାରା ବୃକ୍ଷରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ୨୫୦ ଜଣ ଶିଶୁ ଭାଇ ଭଉଣୀ ଉପସ୍ଥିତ ରହି ପ୍ରାୟ ୫୦ ଟି ବୃକ୍ଷରୋପଣ କରିଥିଲେ l ପରି ସମାପ୍ତିରେ ବିଦ୍ୟାଳୟ ଶିକ୍ଷକ ଶ୍ରୀ ଦୀପକ କୁମାର ମୁଖୀ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସହଯୋଗୀ ଓ ଶୁଭେଛୁ ଙ୍କ ଦ୍ୱାରା କାର୍ଯ୍ୟକ୍ରମ ସଫଳ ହୋଇଥିଲା l କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୦/୮/୨୦୨୩----୮,୪୫ Sakhigopal News,10/8/2023

ads

Blog Archive