ଭାର୍ଗବୀ ନଦୀରେ ବନ୍ୟାଜଳ ସତ୍ୟବାଦୀ ପାଇଁ ବିପଦ ଟଳିଲା , ତଥାପି ବିପଦ ସଙ୍କେତ ଉପରେ ପ୍ରବାହିତ ବନ୍ୟା ଜଳ
ସାକ୍ଷୀଗୋପାଳ---- ପୂର୍ବ ସତ୍ୟବାଦୀରେ ପ୍ରବାହିତ ଭାର୍ଗବୀ ନଦୀରେ ବନ୍ୟାଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ବଳଙ୍ଗା ଠାରେ ୧୦,୪୨ମିଟର ବିପଦ ସଙ୍କେତ ରହିଥିବା ବେଳେ ଏବେ ସେଠାରେ ୧୧,୨୯ ବନ୍ୟା ଜଳ ପ୍ରବାହିତ ହେଉଛି ବୋଲି ସାକ୍ଷୀଗୋପାଳ ଜଳ ସେଚନ ଉପଖଣ୍ଡ ର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ତନୁଜା କିଶୋର ରାଉତଙ୍କ ଠାରୁ ସୁଚନା ମିଳିଛି। ଏବେ ବର୍ଷା ଛାଡ଼ିଯିବା ସହିତ ମୁଣ୍ଡରେ ଜଳସ୍ତର କମିଯାଇଛି। ଭାର୍ଗବୀ ନଦୀ ର ଡଆହଣପଟ ନଦୀବନ୍ଧ ୬୩ କିଲୋମିଟର ସତ୍ୟବାଦୀ ଜଳସେଚନ ଉପଖଣ୍ଡ ଅଧିକାରୀଙ୍କ ଅଧିନରେ ରହିଛି। ପୁରୀ ଜିଲ୍ଲାପାଳଙ୍କ ଓ ଜଳସେଚନ ବିଭାଗର ଉଚ୍ଚପଦସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମସ୍ତ କର୍ମଚାରୀ ଗୁରୁବାର ଠାରୁ ନଦୀବନ୍ଧ ଉପରେ କଡା କଡଇଭଆବଏ ପ୍ରହରା ଦିଆଯାଇଥିଲା। ଯେଉଁ ଯାଗାରେ ଗରିଆ ବିଗତ ବର୍ଷ ରେ ପଡ଼ିଥିଲା ସେ ଗୁଡିକ ସଠିକ କାମ ହୋଇ ଯାଇଛି। ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ପ୍ରଚେଷ୍ଟାରେ ଅନେକ ସ୍ଥାନରେ ନଦୀ ବନ୍ଧ କାମ କରାଯାଉଛି। ଯାହା ଫଳରେକି ସତ୍ୟବାଦୀ ପାଇଁ କୌଣସି ଭୟ ନାହିଁ। ବନ୍ୟା ଜଳ ଏବେ ନିୟନ୍ତ୍ରଣ ରେ ରହିଛି ବୋଲି ଏସଡଇଓ ଶ୍ରୀ ରାଉତ କହିଛନ୍ତି। ଆଗକୁ କଣ ହେବ କହିବା କଷ୍ନଟକର । ଭାର୍ଗବୀ ନଦୀରେ ଏ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ବହୁ ଲୋକମାନେ ଗବକଉଣ୍ଡ ସେତୁ ଉପରେ ଠିଆ ହୋଇ ବନ୍ୟା ପାଣି ଦେଖୁଛନ୍ତି ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୮/୨୦୨୩----୪,୪୫
Sakhigopal News,5/8/2023




