ସାକ୍ଷୀଗୋପାଳ ରେଳ ଫାଟକ ଗେଟ୍ ଅଟୋ ଧକ୍କା ରେ ଭାଙ୍ଗିଲା, ଦୁଇ ଘଣ୍ଟା ରେଳ ଫାଟକ ପଡ଼ିରହିଲା
ସାକ୍ଷୀଗୋପାଳ------ ବଜାର ମଝି ରାସ୍ତାରେ ଖୋର୍ଦ୍ଧା ---ପୁରୀ ରେଳପଥ ଯାଇଛି। ଟ୍ରେନ ଯିବା ଆସିବା ସମୟରେ ରେଳ ଫାଟକ ପଡ଼ିଥାଏ। ଯାହା ଫଳରେକି ଫାଟକରେ ଉଭୟ ପାର୍ଶ୍ଵରେ ଶହଶହ ଯାନବାହାନ ଅଟକି ରହିଥାଏ । ଏଣୁ ରେଳ ଫାଟକ ପଡ଼ିବା ସମୟରେ ସମସ୍ତେ ରେଳ ଫାଟକ ପାର ହୋଇ ଯିବା ପାଇଁ ବ୍ୟସ୍ତ ସୋଇପଡ଼ିଛନ୍ତି । ଏକ ଅଟେ ରିକ୍ସା ତରବର ଭାବରେ ରେଳ ଫାଟକ ପାର ହେବା ସମୟରେ ଗେଟମ୍ଯାନ ଫାଟକ ପକାଇବା ସମୟରେ ଅଟୋ ଧକ୍କା ଦେଇଥିଲା। ଯାହା ଫଳରେକି ଗେଟ୍ ଭାଙ୍ଗି ଯିବାରୁ ଗେଟ୍ ପଡ଼ି ରହିଥିଲା। ସେହିପରି ରେଳ ଫାଟକର ଉଭୟ ପାର୍ଶ୍ଵରେ ଶହଶହ ଗାଡି ଅଟକି ରହିଥିଲା। ଶେଷରେ ରେଳବାଇ ପୋଲିସ ଅଟୋ ଗାଡ଼ିକୁ ଜବତ କରିଥିବା ବେଳେ ରେଳବାଇ ଭିବାଗର ମେକାନିକାଲ ମାନେ ଗେଟ୍ କାମ କରିବା ପରେ ରେଳପଥ ରେ ଯାତାୟତ ହୋଇଥିଲା। ଏଠାରେ ଓଭର ବ୍ରିଜ ନିର୍ମାଣ କରାଗଲେ ଏହି ସମସ୍ୟାର ସମାଧାନ ହେବ ବୋଲି ଜଣାପଡିଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୮/୨୦୨୩----୪,୪୦ Sakhigopal News,5/8/2023




