ads

Breaking News

ଭଞ୍ଜନଗର ଠାରେ ନୂତନ ଅବକାରୀ ଥାନା ଉଦଘାଟନ



ଭଞ୍ଜନଗର--ଭଞ୍ଜନଗର ବାଇପାସ ରାସ୍ତାରେ ଥିବା ବଡରାଉଳ ମନ୍ଧିର ନିକଟରେ ଶୁକ୍ରବାର  ନୂତନ ଅବକାରୀ ଥାନା ଉଦଘାଟିତ ହେଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଜସ୍ବ ଅଧିକାରୀ ଅଚୁତାନନ୍ଦ ଜାନୀ ଉପସ୍ଥିତ ରହିଥିଲେ । ଅବକାରୀ ଆରକ୍ଷୀ ଅଧୀକ୍ଷକ ଦେବୀ ପ୍ରସାଦ ଦାସଙ୍କ ନିଦ୍ଧେର୍ଶକ୍ରମେ ଅବକାରୀ ଥାନା ଅଧିକାରୀ ଅଂଶୁମାନ ଜେନାଙ୍କ ନେତୃତ ଏସଆାଇ ଅଲ୍ଲିଭା ମାଝି ସହଯୋଗରେ  ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଖବର ନେବାରେ ଭଞ୍ଜନଗର ସହରରେ ଆଜକୁ୩୦ବର୍ଷରୁ ଉର୍ଦ୍ଧ୍ବ ହେବ ଏହି ଥାନାଟି ବିଭିନ୍ନ ସ୍ଥାନରେ ଉଡା ଘରେ କାର୍ଯ୍ୟାଳୟ ଖୋଲି କାର୍ଯ୍ୟ କରୁଆସୁଥିଲେ ।ସରକାରଙ୍କ ଅବକାରୀ ବିଭାଗ ତରଫରୁ ନୂତନ ଭାବେ କୋଠା ନିର୍ମାଣ କରି ସେଠାରେ କାର୍ଯ୍ୟାଳୟ ଆରମ୍ଭ କରିବାକୁ ଯାଉଥିବାରୁ ଅଧିକାରୀ , କର୍ମଚାରୀ ଓ ବୁଦ୍ଧିଜୀବି ମହଲରେ ଖୁସି ଦେଖିବାକୁ ମିଳିଛି ।ଏହି ନୂତନ କୋଠାରେ ବିଭିନ୍ନ ପ୍ରକାରର ସୁବିଧା ରହିଥିବାରୁ କର୍ମଚାରୀ ମନରେ ଖୁସି ଦେଖିବାକୁ ମିଳିଛି । ଏଏସଆଇ ନିରଞ୍ଜନ ବେହେରା, ଭୂବନ ବେହେରା. ସିପାହୀ ସନାତନ ନାହାକ,ସୁବଳ ପ୍ରଧାନ,ସ୍ବାଧୀନ ସାହୁ, କୃଷ୍ଣଚନ୍ଦ୍ର ସେଠୀ. ଜଗନ୍ନାଥ ମହାପାତ୍ର ଓ ମଧୁସୂଦନ ଜାନି ପ୍ରମୁଖ ସାମିଲ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୧/୮/୨୦୨୩---୮,୧୦ Sakhigopal News,11/8/2023

ads

Blog Archive