ads

Breaking News

କଂଗ୍ରେସ ପକ୍ଷରୁ ବିଶ୍ୱ ଜନଜାତି ଆଦିବାସୀ ଦିବସ ପାଳିତ



 
କନ୍ଧମାଳ --- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ସିନ୍ଦ୍ରିଗାଁ ହାଇସ୍କୁଲ ଖେଳ ପଡ଼ିଆ ଠାରେ ବିଶ୍ୱ ଜନଜାତି ଆଦିବାସୀ ଦିବସ ବହୁ ଆଡମ୍ବରରେ ପାଳିତ ହୋଇଯାଇଛି l ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀରେ ଥିବା କ ନୂଆଗାଁ ବ୍ଲକ, ତୁମୁଡିବନ୍ଧ ବ୍ଲକ, କୋଟଗଡ ବ୍ଲକର ଶତାଧିକ ଆଦିବାସୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ପ୍ରାର୍ଥୀ ମୋନଜ କୁମାର ଆଚାର୍ଯ୍ୟ ଯୋଗ ଦେଇଥିଲେ l କୋଟଗଡ ଜିଲ୍ଲା ପରିଷଦ ସଦସ୍ୟ ଜିରିମୟ ସୁନା ମାଝୀ ଆଦିବାସୀଙ୍କ ସୁରକ୍ଷା ନେଇ ଅଭିଭାଷଣ ଦେଇଥିଲେ l କେଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କ ଅଧିକାର ଛଡ଼ାଇ ନେବା ସହ ଆଦିବାସୀଙ୍କ ପ୍ରତି ଅନ୍ୟାୟ ଓ ଅତ୍ୟlଚlର ଚଳାଇଛନ୍ତି  l ଏହାକୁ ରୋକିବାକୁ ଆଗାମୀ ନିର୍ବାଚନରେ କଂଗ୍ରେସ ଦଳ କୁ ବିଜୟ କରିବା ନିମନ୍ତେ  ଅତିଥି ମାନେ ଅଭିଭାଷଣ ଦେଇଥିଲେ l ପୂର୍ବତନ ବିଧାୟକ ପ୍ରାଥୀ ସିମନ ମଲିକ ଓ ବରିଷ୍ଠ ନେତା ଉପେନ୍ଦ୍ର ପ୍ରଧାନ ମଣିପୁରରେ ଆଦିବାସୀଙ୍କ ଉପରେ ହୋଇଥିବା ହିଂସା କାଣ୍ଡକୁ ଘୋର ନିନ୍ଦା କରିଥିଲେ l ଶେଷରେ ଯୁବ ନେତା ଆକାଶ ପ୍ରଧାନ ଧନ୍ୟବାଦ ଦେବା ସହ ସଭା ସାଙ୍ଗ କରିଥିଲେ l ଏହା ପରେ ଢୋଲ ବାଜା ତାଳେ ନୃତ୍ୟ କରି ହାତରେ ମସାଲ ଧରି ଗ୍ରାମ ପରିକ୍ରମl କରିଥିଲେ l ଏହି କାର୍ଯ୍ୟକ୍ରମରେ ବ୍ଲକ ସଭାପତି ଆଇବର ନାୟକ, ଜିତେଦ୍ର ଦିଗାଲ,13 କାଉନସିଲର ଆଲୋକ ନାୟକ,ସମସ୍ତ ଆଦିବାସୀ ଯୁବକ ଯୁବତୀ ସାମିଲ ହୋଇଥିବା ର ଦେଖାଯାଇଥିଲା।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୧/୮/୨୦୨୩----୭,୧୦ Sakhigopal News,11/8/2023

ads

Blog Archive