ଗଣିଆ ରେ ଆଶାକର୍ମୀ ଙ୍କ ସାଧାରଣ ସଭା
ନୟାଗଡ ---- ଓଡ଼ିଶା ଆଶାକର୍ମୀ ଆସୋସିଏସନ ,ସି ଆଇ ଟି ୟୁ , ନୟାଗଡ଼ ଜିଲ୍ଲାର ଗଣିଆ ବ୍ଲକ କମିଟି ତରଫରୁ ଆଜି ଅପରାହ୍ନରେ ଗଣିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସଭା ଗୃହରେ ସକୁନ୍ତଳା ବାଘ ଙ୍କ ସଭାପତିତ୍ବ ରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ବକ୍ତା ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମିକ ମାରଣା ନୀତିକୁ ତିବ୍ର ସମାଲୋଚନା କରିଥିଲେ।ଯେତେବେଳେ ଆଶାକର୍ମୀ ମାନେ ନିୟମିତ କର୍ମଚାରୀ ର ମାନ୍ୟତା ଓ ମାସିକ 26000 ଟଙ୍କା ଓ ସାମାଜିକ ସୁରକ୍ଷା ଦାବୀ କରୁଛନ୍ତି ଠିକ୍ ସେତିକିବେଳେ କେନ୍ଦ୍ର ମୋଦୀ ସରକାର ଶ୍ରମିକ ବିରୋଧି ଶ୍ରମ କୋର୍ଡ ଗ୍ରହଣ କରି ଶ୍ରମିକ ଙ୍କ ଅଧିକାରକୁ ସମ୍ପୁର୍ଣ୍ଣ ଉଛେଦ କରିବାକୁ ବସିଛନ୍ତି। ରାଜ୍ୟ ନବୀନ ବାବୁଙ୍କ ସରକାର ଅନ୍ଧଭାବେ କେନ୍ଦ୍ର ମୋଦୀ ସରକାରଙ୍କୁ ନିଶର୍ତ୍ତ ସମର୍ଥନ କରି ଚାଲିଛନ୍ତି। ଫଳରେ ଆଶାକର୍ମୀଙ୍କ ଭବିଷ୍ୟତ ଆଜି ଅନିଶ୍ଚିତ ହୋଇଯାଇଛି।ଏହା ବିରୋଧରେ ସଂଗଠନ କୁ ଶକ୍ତିଶାଳୀ କରିବା ସହ ଦୃଢ ଆନ୍ଦୋଳନ ଗଢିତୋଳିବା କୁ ପଡ଼ିବ ବୋଲି ବକ୍ତା ମାନେ ଆହ୍ୱାନ ଦେଇଥିଲେ। ଏହି ସାଧାରଣ ସଭାରେ ଦୁଇଟି ସେକ୍ଟର ସ୍ତରୀୟ କମିଟି ଗଠନ କରାଯାଇଥିଲା ।ଏକ ଆଠ ଜଣିଆ ବ୍ଲକ କମିଟି ଗଠନ କରାଯାଇଛି।ବ୍ଲକ କମିଟି ର ସଭାନେତ୍ରୀ ଭାବେ ମନ୍ଗୁଳି ରାଉତ,ଉପ ସଭାନେତ୍ରୀ ଭାବେ ସଞ୍ଜୁଲତା ନାୟକ ,ସମ୍ପାଦିକା ଭାବେ ମିନାରାଣି ବାରିକ,ସହ ସମ୍ପାଦିକା ସକୁନ୍ତଳା ବାଘ,କୋଷାଧ୍ୟକ୍ଷ ଭାବେ ନମିତା ସାହୁ ନିର୍ବାଚିତ ହୋଇଛନ୍ତି । ସଦସ୍ୟା ଭାବେ କୁମାରୀ ମାଝୀ,ମାମିନା ବେହେରା ଓ କଲ୍ୟାଣୀ ବେହେରା କମିଟିର ସଦସ୍ୟା ଭାବେ ନିର୍ବାଚିତ ହୋଇଛନ୍ତି।କମିଟିର ଉପଦେଷ୍ଟା କାଳନ୍ଦୀ ନାୟକ ଓ କୃଷ୍ଣ ଚନ୍ଦ୍ର ସାହୁ ମଧ୍ୟ ନିର୍ବାଚିତ ହୋଇଛନ୍ତି। ଏହି ସାଧାରଣ ସଭାରେ ସଂଗଠନର ରାଜ୍ୟ ଉପ ସଭାପତି ତଥା citu ର ରାଜ୍ୟ ସଂପାଦକ ସୁରେଶ ସ୍ବାଇଁ,ଜିଲ୍ଲା ସଭାପତି ଚାପଧାରୀ ରାଉତ,ଶ୍ରମିକ ନେତ୍ରୀ ସଞ୍ଜୁକ୍ତା ସେଠୀ,ମନ୍ଗୁଳି ରାଉତ ଓ କାଳନ୍ଦୀ ନାୟକ ପ୍ରମ୍ମୁଖ ଆଲୋଚନାରେ ଭାଗ ନେଇଥିଲେ।
ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୧୧/୮/୨୦୨୩----୯,୨୦ Sakhigopal News,11/8/2023




