ଜନ୍ମମାଟି ଶ୍ରୀରାମଚନ୍ଦ୍ରପୁରରେ ପଣ୍ଡିତ ନୀଳକଣ୍ଠଙ୍କର ଜୟନ୍ତୀ ପାଳିତ, କବିତା ପାଠୋତ୍ସବ
ସାକ୍ଷୀଗୋପାଳ ------ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଜୟନ୍ତୀ ଉତ୍ସବ ଜନ୍ମମାଟି ଶ୍ରୀରାମଚନ୍ଦ୍ରପୁର ଶାସନରେ ପାଳିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ଯୁବ ପରିଷଦ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା। ସାହିତ୍ଯିକ ପୂର୍ଣ୍ଣେନ୍ଦୁ କୁମାର ଦାସ ମୁଖ୍ଯ ଅତିଥି ଭାବେ ଯୋଗଦେଇ ପଣ୍ଡିତ ନୀଳକଣ୍ଠ ଏକାଧାରରେ ଜଣେ କବି, ସାହିତ୍ଯିକ, ରାଜନୀତିଜ୍ଞ, ସାମ୍ବାଦିକ ସମାଜ,ସଂକାରକ ଆଦର୍ଶ ଶିକ୍ଷକ ଭାବ ବେଶ ସୁପରିଚିତ ଥିଲେ । ଓଡ଼ିଶା ସାହିତ୍ୟ ଏକାଡେମୀ ର ପ୍ରଥମ ସଭାପତି ଥିବା ସହିତ ସେ ଜଣେ ନିର୍ଭିକତା ଓ ସ୍ୱାଭିମାନ ର ପ୍ରତୀକ ଥିଲେ ବୋଲି ଅତିଥି ମାନେ କହିଥିଲେ । ପଣ୍ଡିତ ନୀଳକଣ୍ଠ ଙ୍କ ଫଟୋଚିତ୍ର ରେ ଅତିଥିମାନେ ଧୂପ ଦୀପ ପ୍ରଜ୍ବଳନ କରି ମାଲ୍ଯାର୍ପଣ କରିଥିଲେ । ଓଡିଆ ଗଦ୍ଯ ଓ ସାହିତ୍ୟ ପାଇଁ ତାଙ୍କର ଅବଦାନ ଅତୁଳନୀୟ । ଶିକ୍ଷା, ସଂସ୍କୃତି ମୂଳକ , ସମାଲୋଚ଼ନା ମୂଳକ, କଳାତ୍ମକ ଓ ଆଧ୍ଯାତ୍ମିକ ଭାବଧାରା ସମନ୍ୱିତ ବହୁ ପ୍ରବନ୍ଧ ଓଡିଆ ଓ ଇଂରାଜୀ ଭାଷାରେ ସେ ରଚନା କରିଛନ୍ତି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ନବଭାରତ ମାସିକ ସାହିତ୍ୟ ପତ୍ରିକା ପ୍ରତିଷ୍ଠାତା , ଗୋପବନ୍ଧୁଙ୍କ ଦ୍ୱାରା ସମ୍ପାଦିତ ସତ୍ଯବାଦୀ ସାହିତ୍ୟ ପତ୍ରିକା ର ନିୟମିତ ଲେଖକ ଥିଲେ। ଗୋପବନ୍ଧୁଙ୍କ ବିୟୋଗ ପରେ କିଛିଦିନ ସମାଜର ସମ୍ପାଦକ ଥିଲେ। ତାଙ୍କ ସାମଗ୍ରିକ କ୍ରୁତି ଭାବରେ କୋଣାର୍କେ, ଖାରବେଳ, ଦାସ ନାଏକ, ପ୍ରଣୟିନୀ ଆଦି କାବ୍ଯସଂଭାର ଏବଂ ଓଡିଶା ସାହିତ୍ଯର କ୍ରମ ପରିଣାମ ଆଦି ଉଲ୍ଲେଖଯୋଗ୍ୟ ରଚନାବଳୀ ଲେଖିଛନ୍ତି । ଏହି ଅବସରରେ ବିଭିନ୍ନ ଅଞ୍ଚଳର କବି କବୟିତ୍ରୀ ଯୋଗ ଦେଇ ସ୍ବରଚିତ କବିତା ପାଠ କରିଥିଲେ । ଅନୁଷ୍ଠିତ ସଭାରେ ଶିକ୍ଷାବିତ ସତ୍ଯବାଦୀ ଦାଶ ସଭାପତିତ୍ୱ କରିଥିଲେ । ଆଚାର୍ଯ୍ୟ ଯୁବ ପରିଷଦ ସଂପାଦକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସଂସ୍କୃତି ସଚିବ ସୁଚୀସ୍ମିତା ମାଝୀ ପ୍ରାରମ୍ଭିକ ସୂଚନା ଦେଇଥିଲେ । ଯୁବ ପରିଷଦ ସଭାପତି ଧନ୍ଯବାଦ ଅର୍ପଣ କରିଥିଲେ । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୮/୨୦୨୩----୧୦,୨୬ Sakhigopal News,5/82023



