ବନ୍ଦ ହେଲା ଜଟଣୀ ଫ୍ଲାଏ ଓଭର ବ୍ରିଜ ,ଓଭର ବ୍ରିଜକୁ ନେଇ ଚାଲିଛି ରାଜନୀତି
ଜଟଣୀ :-----ବନ୍ଦ ହେଲା ଜଟଣୀ ଫ୍ଲାଏ ଓଭର ବ୍ରିଜ । ଆଜିଠୁ ବ୍ରିଜ ଉପରେ ଯାଇ ପାରିବେନି ଲୋକ । କଂକ୍ରିଟ ପିଲାର ରଖି ବ୍ରିଜ ର ଉଭୟ ପଟୁ ସିଲ କରି ଦେଇଛି ପ୍ରଶାସନ । ପୁଣି ଅଣ୍ଡର ଗ୍ରାଉଣ୍ଡରେ (ଭୁତଳ ରାସ୍ତା )ଚାଲିଲା ଗାଡି ମୋଟର ।
ସୂଚନା ମୁତାବକ ଗତ କିଛିଦିନ ତଳେ ଜଟଣୀ ବିଧାୟକ ତଥା କଂଗ୍ରେସ ନେତା ସୁର ରାଉତରାୟ ଦୀପ ଧୂପ ଦେଇ ନଡ଼ିଆ ବାଡେଇ ଅସମ୍ପୂର୍ଣ ବ୍ରିଜ କୁ ଉଦଘାଟନ କରିଥିଲେ । ବ୍ରିଜ ଉପରେ ଯିବା ଆସିବା କରିବାକୁ ଲୋକମାନଙ୍କୁ କହିଦେଲେ । କିନ୍ତୁ କାମ ସମ୍ପୂର୍ଣ୍ଣ ହୋଇ ନଥିବାରୁ ପ୍ରଶାସନ ବ୍ରିଜ ଉପରେ ଯିବା ପାଇଁ ବାରଣ କରିଥିଲା | ତେବେ ପୁନର୍ବାର ଦୁଇ ଦିନ ତଳେ ଲଗାଣ ବର୍ଷା ଯୋଗୁଁ ଅଣ୍ଡର ଗ୍ରାଉଣ୍ଡ ତଳେ ପାଞ୍ଚ ଫୁଟ ର ପାଣି ଜମା ହୋଇଥିଲା । ଯାହା ଫଳରେ ଅଣ୍ଡର ଗ୍ରାଉଣ୍ଡର ଉଭୟ ପଟେ ଶହ ଶହ ଗାଡ଼ିମାଟର ଘଣ୍ଟା ଘଣ୍ଟା ଧରି ଅଟକି ଥିଲା l ଯାହା ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା l ଏହାକୁ ଆଖି ଆଗରେ ରଖି ଜଟଣୀ ବିଧାୟକଙ୍କ ପୁଅ ମନ୍ମଥ ରାଉତରାୟ ପ୍ରତ୍ୟେକ୍ଷ ଭାବେ ଛିଡା ହୋଇ ଲୋକମାନଙ୍କୁ ବ୍ରିଜ ଉପରେ ଯିବା ଆସିବା କରିବାକୁ କହିଥିଲେ । ଏବଂ ଦୁଇ ଦିନ ହେଲାଣି ବ୍ରିଜ ଉପରେ ଗାଡି ମୋଟର ଚାଲୁଥିଲା । ତେବେ ଆଜି ବ୍ରିଜ ଉପରେ କଂକ୍ରିଟ ବାଡ଼ ପକାଇ ପୁଣି ଥରେ ବ୍ରିଜ ର ଉଭୟ ପଟକୁ ସିଲ କରାଯାଇଛି | ସମ୍ପୂର୍ଣ୍ଣ କାମ ନ ସରିବା ଏବଂ ବିଧିବଦ୍ଧ ଭାବେ ବ୍ରିଜ ଉଦଘାଟନ ନ ହେବା ଯାଏଁ କୌଣସି ଗାଡି ମୋଟର ବ୍ରିଜ ଉପରେ ଯିବା ଆସିବା କରି ପାରିବ ନାହିଁ |ପ୍ରଶାସନର ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଖୋର୍ଦ୍ଧା ଜିଲ୍ଲା ବିଜେଡି ସଭାପତି ବିଭୁତି ବଳବନ୍ତରାୟ l ସେ କହିଛନ୍ତି ବ୍ରିଜ ଉପରେ ଯାତାୟାତ କରିବା ପାଇଁ ସରକାରଙ୍କ ଦ୍ୱାରା ବିଧିବଦ୍ଧ ଭାବେ ଘୋଷଣା ନ ହୋଇଥିବା ବ୍ରିଜର ଶୁଭ ଉଦ୍ଘାଟନ କରିବାକୁ ଆମେ କିଏ ?। ସ୍ଥାନୀୟ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କୁ କଟାକ୍ଷ କରି କହିଛନ୍ତି l କାଳେ ବର୍ତ୍ତମାନର ବିଜେଡି ସରକାର ଉଦ୍ଘାଟନ କୁ ନିମନ୍ତ୍ରଣ ନ କରିବା ଭୟରେ ଏଭଳି ବାଚାଳାମି କରିବା ଠିକ ନୁହେଁ l ସବୁ ଶ୍ରେୟ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ମୋର ଏଥିରେ ନାମ ନେବାରନାହିଁ l ଏଭଳି କାର୍ଯ୍ୟ କେତେ ଯାର୍ଥାତ ତାହା ସ୍ଥାନୀୟ ଜନସାଧାରଣ ବିଚାର କରିବେ l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୫/୮/୨୦୨୩---୯,୨୦ Sakhigopal News,5/8/2023



