ପତଞ୍ଜଳି ଯୋଗ ସମିତି ପକ୍ଷରୁ ଜଡ଼ିବୁଟି ଦିବସ ପାଳିତ
ସାକ୍ଷୀଗୋପାଳ ----- ସତ୍ୟବାଦୀ ଶାଖା, ପତଞ୍ଜଳି ଯୋଗ ସମିତି ତରଫରୁ ଜଡ଼ିବୁଟି ଦିବସ ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଚଉଦ ବାଟିଆ ଠାରେ ପାଳିତ ହୋଇଯାଇଛି। ଆମ ସମାଜରେ ଜଡ଼ିବୁଟି ର ବ୍ୟବହାର ବହୁତ ପୁରୁଣା ହୋଇଥିବା ରୁ ଏହାର ଉପକାରିତା କୁ ପ୍ରାଧାନ୍ୟ ଦେଇ ପତଞ୍ଜଳି ସମିତି ଅଗଷ୍ଟ ଚାରି ତାରିଖକୁ ଜଡ଼ିବୁଟି ଦିବସ ଭାବେ ପାଳନ କରି ଆସୁଛି।ଏହି ଅବସର ରେ ୨୫ ଜଣ ଯୋଗ ଶିକ୍ଷାର୍ଥୀ ବିଭିନ୍ନ ପ୍ରକାରର ଓଷଧୀୟ ବୃକ୍ଷ ଯଥା ବେଲ, ନିମ, ବଉଳ, ଅଶୋକ, କରଞ୍ଜ, ଅଁଳା, ଅର୍ଜୁନ ଆଦି ଚାରା ବିଦ୍ୟାଳୟ ପରିସରରେ ଚାରା ରୋପଣ କରିଛନ୍ତି।
ଏଥିରେ ଯୋଗ ଶିକ୍ଷକ ସୁଭାଷ ଚନ୍ଦ୍ର ମିଶ୍ର, ସତ୍ୟବାଦୀ ପତଞ୍ଜଳି ଯୋଗ ସମିତିର ସଭାପତି ପ୍ରହଲ୍ଲାଦ ଘଟୁଆରି, ବିଜୟ କୁମାର ପରିଡ଼ା ନିରଞ୍ଜନ ସାହୁ, ବିଷ୍ଣୁ ପ୍ରସାଦ ମିଶ୍ର, ଉମେଶ ଚନ୍ଦ୍ର ପ୍ରଧାନ,ଭଗବାନ ପାଲ, , ଟୁଟୁ ଘୋଷ୍, ରାଧାରାଣୀ ଦାସ, ପାଙ୍କଜିନି ମିଶ୍ର, ରବିଁନ୍ଦ୍ର ଦାଶ, ପ୍ରଭାକର ସ୍ୱାଇଁ, ରାମଚନ୍ଦ୍ର ସାହୁ, ପୂର୍ଣ୍ଣ ଜେନା, ସନ୍ତୋଷ ଦାଶ, ଦିଲ୍ଲୀପ ସାହୁ, ରାଜେନ୍ଦ୍ର ମହାପାତ୍ର, ଧୂଳିରାମ ମହାପାତ୍ର, ଶ୍ରୀମନ୍ତ ସାହୁ, ସତ୍ୟ ପାଇକରାୟ, ସୁନୀଲ କୁମାର ବେହେରା, ପ୍ରୀତିରାନି ମିଶ୍ର ଓ ଗଦାଧର ପ୍ରଧାନ ପ୍ରମୁଖ ବୃକ୍ଷ ରୋପଣ କରିଛନ୍ତି । ଏହା ସହିତ ଗଛ ଗୁଡ଼ିକ ବଞ୍ଚାଇବା ପାଇଁ ଶପଥ ନେବା ସହ ଦାୟିତ୍ଵ ନେଇଥିବା ଜଣାପଡିଛି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୮/୨୦୨୩----୪,୫୦
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୮/୨୦୨୩----୪,୫୦
Sakhigopal News,5/8/2023




