ads

Breaking News

ଅସହାୟ ପରିବାରଙ୍କର ବାସ ଗୃହ ତୋଳିଦେଲା ମାରୁତି ସେନା ସ୍ବେଚ୍ଛାସେବୀ ସଂଗଠନ


ସାକ୍ଷୀଗୋପାଳ --- ଏହି କିଛି ବର୍ଷ ହେବ ଦେଖିବାକୁ ମିଳୁଛି ଯୁବ ପିଢ଼ିଙ୍କୁ ସମାଜ ସେବା କ୍ଷେତ୍ରରେ ସକ୍ରିୟ ଭୂମିକାରେ। ପୁରୀ ଜିଲ୍ଲାର ଜଣେ ଉଚ୍ଚ ଶିକ୍ଷିତ ଯୁବକ ପପୁ ଦଳବେହେରା ଯିଏ ସେବା ପାଇଁ ସମ୍ପୂର୍ଣ ସମୟ କୁ ସମର୍ପିତ କରିଛନ୍ତି । ପେସା ରେ ଜଣେ ଆଇନୀଜୀବୀ ହୋଇ ମଧ୍ୟ ସେ ସାରା ଓଡିଶାରେ ଶହଶହ ଯୁବକ ଯୁବତୀ ଙ୍କୁ ସାଙ୍ଗରେ ନେଇ ଗଢି ତୋଳି ଛନ୍ତି ଗୋଟିଏ ସମାଜ ସେବି ସଂଗଠନ। ଯାହାର ନାମ ରଖିଛନ୍ତି ମାରୁତି ସେନା । ଯାହା ଓଡ଼ିଶାର ଏକ ଆଗ ଧାଡିର ସ୍ଵେଛା ସେବି ସଂଗଠନ ଭାବେ ବେଶ ଜଣାଶୁଣା ।ସ
ସଂଗଠନର ପ୍ରତିଷ୍ଠାତା ପପୁ ଦଳବେହେରା ଙ୍କର ଜନ୍ମଦିନ ହେଉଛି ଅଗଷ୍ଟ 10ତାରିଖ । ତାଙ୍କରି ଜନ୍ମ ଦିନରେ ତାଙ୍କ ସଂଗଠନ ର ସଦସ୍ୟ ମାନେ ଏକ ନିଆରା ସେବା କାର୍ଯ୍ୟକ୍ରମ ର ଆୟୋଜନ କରିଛନ୍ତି ।ପୁରୀ ଜିଲ୍ଲା ସଦର ବ୍ଲକ ନୂଆ ସାହି ର କୃଷ୍ଣ ଚନ୍ଦ୍ର ମହାରଣା ଙ୍କର ଘର । ତାଙ୍କର ବୟସ 70ରୁ ଉର୍ଦ୍ଧ ହେବ । ପରିବାର କହିଲେ ଗୋଟିଏ ଝିଅ। ଆଉ କାମ କରିବlକୁ ଦେହରେ ବଳ ମଧ୍ୟ ନାହିଁ କୃଷ୍ଣଙ୍କର । ଭତା ଗଣ୍ଡାକ ତାଙ୍କ ସହ ମାଗି ଯାଚି ଯିଏ ଯାହା ଦେଲା ସେଥିରେ ଗୁଜୁରାଣ ମେଣ୍ଟlନ୍ତି । ଏବେ କିଛି ମାସ ହେବ ଭତା ମଧ୍ୟ ତାଙ୍କୁ ମିଳୁନି । ଦୁଇ ବଖରା ଘର କରିଥିଲେ ତାହା ଅଧା ଗଢ଼ା । ବର୍ଷା ଓ ଖରା ରେ ଅନ୍ୟ ଘରେ ଆଶ୍ରୟ ନେଉଥିଲେ । ଏହି ଖବର ମାରୁତି ସେନା କୁ ମିଳିଲା ପରେ ମାରୁତି ସେନା ର ସଦସ୍ୟ ମାନେ ଚିନ୍ତା କଲେ ତାଙ୍କର ଅଧା ଗଢ଼ା ଘର କୁ ସମ୍ପୂର୍ଣ କରିବା ପାଇଁ।ଆଜବେଷ୍ଟ ପକେଇଦେବା ପାଇଁ ନିଷ୍ପତ୍ତି ନିଆଗଲା ।ଏହି ସେବାରେ ମାରୁତି ସେନା ସହ କିଛି ସ୍ଥାନୀୟ ସମାଜ ସେବି ମାନେ ଆର୍ଥିକ ସହଯୋଗ କରିଥିଲେ । ଏହି ସେବା କାର୍ଯ୍ୟକ୍ରମ କୁ ଆୟୋଜନ କରିଥିଲେ ପପୁ ଦଳବେହେରା । ପରିଚାଳନା କରିଥିଲେ ରତ୍ନାକର ମହାରଣା, କାର୍ତିକ ମହାରଣା, ସୁଲୋଚନା ସାହୁ,, ସୁକାନ୍ତି ବାରିକ, ଦୀପ୍ତି କାନ୍ତ ପଣ୍ଡା, ରାଜୁ ସାହୁ, ପ୍ରଦୀପ ମହାପାତ୍ର, ଗୁଡ଼ୁ, ପ୍ରଶାନ୍ତ, ପୁଷ୍ପାଞ୍ଜଳୀ,ଜ୍ୟୋତି ସାହୁ,ମାମାଲି,ବେବିନା ପ୍ରଧାନ,ବିଜଇନି ସ୍ୱାଇଁ,ପୁନା ନନ୍ଦ, ବଳରାମ ବାରିକ, ସନତ, ସୁଧାଂଶୁ, ପ୍ରମୁଖ ଘର ତିଆରି କରିବା ପାଇଁ ସହଯୋଗ କରିଥିଲେ। ଅନୁଷ୍ଠାନ ର ସଭାପତି ଙ୍କ ଜନ୍ମ ଦିନରେ ଅନୁଷ୍ଠାନ ପକ୍ଷରୁ ପପୁ ଦଳ ବେହେରାଙ୍କୁ ଏହି ଘର କୃଷ୍ଣଙ୍କୁ ଦେଇ ତାଙ୍କ ମୁହଁରେ ହସ ଫୁଟାଇ ପାରିଛନ୍ତି।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୮/୨୦୨୩---୧୨,୧୫ Sakhigopal News,10/8/2023

ads

Blog Archive