ଲଘୁଚାପ ଜନିତ ବର୍ଷାରେ ଉପୁଡ଼ିଲା ଗଛ ରାସ୍ତାରୁ ଗଛ ହଟାଇଲେ କ ନୂଆଗାଁ ପୋଲିସ
କ ନୂଆଗାଁ -ଲଘୁଚାପ ଜନିତ ଲଗାଣ ବର୍ଷାରେ କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ କାରମେଲ ସ୍କୁଲ ନିକଟସ୍ଥ ଜାତୀୟ ରାଜପଥ କଡ଼ରେ ଥିବା ବିରାଟ ଗଛ ଉପୁଡ଼ି ପଡ଼ିଛି। ଫଳରେ ଜାତୀୟ ରାଜପଥ ଅବରୋଧ ହୋଇଥିଲା l ଉଭୟ ଦିଗରେ ଏକ ଘଣ୍ଟା ଧରି ବାଲିଗୁଡା ଫୁଲବାଣୀ ରାଇକିଆ ଦାରିଙ୍ଗବାଡି ଆଦି ସ୍ଥାନ ଗାଡ଼ି ଚଳା ଚଳ ବନ୍ଦ ରହିଥିଲା l ଯାନବାହନ ଅଟକି ରହିଥିବା ଘଟଣା ସମ୍ପର୍କରେ ଜାଣି ପାରି କ ନୂଆଗାଁ ଥାନା ସବଇନ୍ସପେକଟର ଧନଞ୍ଜୟ ବେହେରା ,ଏ ଏସ ଆଇ ଉମାଶଙ୍କର ପେଣ୍ଟାଟି କଞ୍ଜlମେଣ୍ଡି ପଞ୍ଚାୟତର ନିର୍ବାହୀ ଅଧିକାରୀ କେସବ ଚନ୍ଦ୍ର କାମ୍ପୋ ପୋଲିସ ଅଗ୍ନିସେବା ବାହିନୀ ପହଞ୍ଚି ଗଛ କାଟି ରାସ୍ତାରୁ ସଫା କରିଥିଲେ । ଏହା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା । ପୋଲିସ ବାହିନୀର ଏଭଳି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ପ୍ରସଂଶା କରାଯାଇଛି ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨/୮/୨୦୨୩---୮,୫୫ Sakhigopal News,2/8/2023
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨/୮/୨୦୨୩---୮,୫୫ Sakhigopal News,2/8/2023




