ads

Breaking News

ବାଲିଗୁଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଉତ୍କଳ ଖଡୁରା ସମାଜର ପ୍ରସ୍ତୁତି ବୈଠକ



କନ୍ଧମାଳ  -ବାଲିଗୁଡା ଜଗନ୍ନାଥ ମନ୍ଦିର ପରିସରରେ ଉତ୍କଳ ଖଡୁରା ସମାଜ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଖଡୁରା ଜାତିର ଏକତା ଓ ମାନ ବୃଦ୍ଧି କିଭଳି ହୋଇପାରିବ ତାହା ଉପରେ ଆଲୋଚନା ହୋଇଥିଲା । ନିଖିଳ ଉତ୍କଳ ଖଡୁରା ସମାଜର ରାଜ୍ୟ କମିଟିର ପରାର୍ମଶ ଓ ମାର୍ଗଦର୍ଶନ କ୍ରମେ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣର ଜାତି ଭାଇଙ୍କ ଉପସ୍ଥିତିରେ ବାଲିଗୁଡା ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ନିମ୍ନ ସ୍ବାକ୍ଷରକାରୀ ଜାତି ଭାଇଙ୍କ ଉପସ୍ଥିତିରେ ଏକ ନୂତନ କମିଟି ଗଠନ କରାଯାଇଥିଲା ।ଏହି କମିଟିର ସଭାପତି ଭାବରେ ଶ୍ରୀ ସନ୍ୟାସୀ ନାୟକ,ଉପସଭାପତି ଲକ୍ଷ୍ମୀଧର ନାୟକ,ସମ୍ପାଦକ ସନ୍ତୋଷ କୁମାର ସୁବୁଦ୍ଧି, ସହ ସମ୍ପଦକ ନିତ୍ୟାନନ୍ଦ ନାୟକ ( ନିତୁ  ), ପ୍ରତାପ ନାୟକ,କୋଷାଧ୍ୟକ୍ଷ ସନ୍ୟାସୀ ନାୟକ,ଉପଦେଷ୍ଟା କୁଳମଣୀ ନାୟକ,ପ୍ରହ୍ଲାଦ ନାୟକ,ସନ୍ୟାସୀ ସେନାପତି,କାଯ୍ୟକାରୀ ସଦସ୍ୟ ସନ୍ତୋଷ କୁମାର ସେନାପତି,ବୁଲୁକିଶୋର ନାୟକ,ଶୀବ ନାୟକ,ବାଉରୀବନ୍ଧୁ ସୁବୁଦ୍ଧି,ବାବୁଲି ନାୟକ,ଟୁଟୁସାହୁ,ନାରାୟଣ ନାୟକ,ଶ୍ବେତ ନାୟକ,ସନ୍ତୋଷ ନାୟକ,ଅରୁଣ ନାୟକଙ୍କୁ ବଛାଯାଇଥିଲା ।ଆଗାମୀ ଦିନରେ ଖଡୁରା ସମାଜ କିଭଳି ଶିକ୍ଷା,ସମାଜ ସେବା କ୍ଷେତ୍ରରେ ଆଗକୁ ବଢିବ ଓ ଶିକ୍ଷାକ୍ଷେତ୍ରରେ ଭଲ ନମ୍ବର ରଖି ପାସ ହେଉଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯିବ ବୋଲି ମଞ୍ଚାସିନ ଅତିଥିମାନେ  କହିଥିଲେ ।ଖଡୁରା ଜାତି ଓବିସି କ୍ୟାଟୋଗୋରୀରେ ଯାଉଥିବା କହିଛନ୍ତି ସଭାପତି ।ଏହି ସମାଜ ଆଗାମୀ ଦିନରେ ସମାଜର ମଗଂଳପାଇଁ ବିଭିନ୍ନ କାଯ୍ୟକ୍ରମ କରାଯିବାକୁ ଏହି ବୈଠକରେ ଆଲୋଚନା ହୋଇଥିଲା ।ଏହି ପ୍ରସ୍ତୁତି ବୈଠକରେ କନ୍ଧମାଳ ଜିଲ୍ଲାରେ ଥିବା ସମସ୍ତ ବ୍ଳକର ଖଡୁରା ଜାତି ଭାଇମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିବା ଦେଖିବାକୁ ମିଳିଛି ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୫/୮/୨୦୨୩----୯,୪୫ Sakhigopal News,15/8/2023

ads

Blog Archive

Popular Posts